ମସ୍କୋ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କର ଆପତ୍ତିଜନକ ଫଟୋଗୁଡ଼ିକର କ୍ଲିପ୍ ପ୍ରସାରଣ କରି ଅଡ଼ୁଆରେ ରୁଷିଆ ଗଣମାଧ୍ୟମ । ରୁଷିଆର ସରକାରୀ ଗଣମାଧ୍ୟମ ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କ ବିନା ପୋଷାକର ଏକ ଅଶ୍ଳୀଳ ଫଟୋ ଟେଲିଭିଜନରେ ପ୍ରସାରଣ କରିଛି। ଏହାକୁ ନେଇ ବିବାଦ ଦେଖାଦେଇଛି ।
ମେଲାନିଆଙ୍କ ଏହି ଅଶ୍ଳୀଳ ଫଟୋ ରୁଷିଆ-୧ ନେଟୱାର୍କର ପ୍ରାଇମ୍ ଟାଇମ୍ ପ୍ରୋଗ୍ରାମରେ ପ୍ରଦର୍ଶିତ ହୋଇଛି। ରୁଷିଆର ମିଡିଆ ମନିଟର ନିର୍ମାତା ଜୁଲିଆ ଡେଭିସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହାର କ୍ଲିକ୍ ସେୟାର କରିଛନ୍ତି । ଟ୍ରମ୍ପଙ୍କ ନିର୍ବାଚନ ବିଜୟ ବିଷୟରେ ସୂଚନା ଦେଉଥିବା ବେଳେ ରୁଷିଆ ଚ୍ୟାନେଲରେ ପ୍ରସାରଣ କରାଯାଇଥିବା ମେଲାନିଆଙ୍କର ଆପତ୍ତିଜନକ ଫଟୋଗୁଡ଼ିକର କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ନ୍ୟୁଜ୍ କ୍ଲିପ୍ ଆରମ୍ଭରେ, ଆଙ୍କର୍ କହିଛନ୍ତି ଯେ ପୂର୍ବତନ ପ୍ରଥମ ଲେଡି ସମସ୍ତଙ୍କ ସହ ହ୍ୱାଇଟ ହାଉସକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ପରେ, ୨୦୦୦ମସିହାରେ ଜିକ୍ୟୁ ପାଇଁ ସୁଟ୍ ହୋଇଥିବା ଫଟୋଗୁଡ଼ିକ ପରଦାରେ ଦେଖାଯିବା ଆରମ୍ଭ କରିଥିଲା । ଏହି ସମୟରେ, ଫଟୋଗୁଡ଼ିକୁ ମଧ୍ୟ ଜୁମ୍ କରାଯାଇଥିଲା। ଯେଉଁଥିରେ ଆଙ୍କର୍ କହୁଥିଲେ ୨୦୦୦ ମସିହାରେ ମେଲାନିଆ କିପରି ଦେଖା ଯାଉଥିଲେ। ରୁଷିଆର ଆଙ୍କର୍ ପ୍ରତ୍ୟେକ ଫଟୋ ବିଷୟରେ ସୂଚନା ଦେଉଥିଲେ। ମହିଳା ଆଙ୍କର୍ ଜଣକ ଏଭଳି କରୁଥିବା ସମୟରେ ହସୁଥିବା ନଜର ଆସିଥିଲେ।ଫଟୋ ଗୁଡ଼ିକ ମଧ୍ୟରେ ମେଲାନିଆଙ୍କର ଏକ ଘରୋଇ ବିମାନ ନିକଟରେ ଏବଂ ଭିତରେ ସୁଟ୍ କରାଯାଇଥିବା ବିଭିନ୍ନ ଫଟୋ ରହିଥିଲା ।
ଆମେରିକାର ଦି ସନ୍ ରିପୋର୍ଟ କରିଛି ଯେ ୨୦୦୦ରେ ଡୋନାଲ୍ଡ ଟ୍ରମ୍ପଙ୍କ ବୋଇଙ୍ଗ ୭୨୭ରେ ମେଲାନିଆର ବିନା ପୋଷାକ ଫଟୋ ସୁଟ୍ କରାଯାଇଥିଲା। ରୁଷିଆର ଟିଭି ନେଟୱାର୍କ ଏହି ଫଟୋଗୁଡ଼ିକ ପ୍ରସାରଣ କରିବା ପରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହି ଖବର ଭାଇରାଲ ହେବା ପରେ ଭିନ୍ନ ଭିନ୍ନ ମତ ରଖିଛନ୍ତି ୟୁଜର । ଜଣେ ୟୁଜର ଲେଖିଛନ୍ତି, ରୁଷିଆ ଆମ ଉପରେ ହସୁଛି। ଅନ୍ୟ ଜଣେ ଲେଖିଛନ୍ତି, ସେମାନେ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀଙ୍କୁ ପରିହାସ କରୁଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ମେଲାନିଆ ଟ୍ରମ୍ପ ତାଙ୍କର ନୂତନ ପୁସ୍ତକର ପ୍ରଚାର କରୁଥିବାବେଳେ ତାଙ୍କର ବିନା ପୋଷାକ ଫଟୋ ନେଇ ପରୋକ୍ଷ ଭାବେ ସମର୍ଥନ କରୁଥିବା ମନ୍ତବ୍ୟ ଦେଇଥିଲେ। ସେ ତାଙ୍କ ଫଟୋସୁଟ୍କୁ କାହିଁକି ସମର୍ଥନ କରନ୍ତି ତାହା କହିଥିଲେ। ମେଲାନିଆ କହିଥିଲେ, ଆମେ ଆଉ ମାନବ ଶରୀରର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବାକୁ ସକ୍ଷମ ନୁହଁ କି? ଇତିହାସର ମହାନ କଳାକାରମାନେ ଗଭୀର ରୂପ ଏବଂ ସମ୍ମାନ ସହିତ ମାନବ ରୂପକୁ ସମ୍ମାନ ଦେଇଛନ୍ତି। ଆମେ ଶରୀରକୁ ସମ୍ମାନ ଦେବା ଏବଂ ଆତ୍ମ-ଅଭିବ୍ୟକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ କଳାକୁ ବ୍ୟବହାର କରିବାର ପରମ୍ପରାକୁ ଗ୍ରହଣ କରିବା ଆବଶ୍ୟକ।