ଆସନ୍ତା ବର୍ଷ ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଆରମ୍ଭରେ ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ହେଲେ ଏ ପର୍ଯ୍ୟନ୍ତ ତାଙ୍କ ଗସ୍ତ ତାରିଖ ସ୍ଥିର କରାଯାଇ ନାହିଁ । ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଏନେଇ ରୁଷିଆ ଦୂତାବାସ ଏହି ସୂଚନା ଦେଇଛି । କ୍ରେମଲିନ ମୁଖପାତ୍ର ୟୁରୀ ଉଷାକୋଭ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ କହିଛନ୍ତି ଯେ ଆମର ନେତାଙ୍କ ବର୍ଷକୁ ଥରେ ସାକ୍ଷାତ କରିବାର ଚୁକ୍ତି ରହିଛି । ଏଥର ଏହା ଆମର ପର୍ଯ୍ୟାୟ । ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ ପାଇଛୁ ଏବଂ ଏହାକୁ ଗୁରୁତର ସହ ବିଚାର କରୁଛୁ । ଆସନ୍ତା ବର୍ଷ ଆରମ୍ଭରେ ଏକ ତାରିଖ ସ୍ଥିର ହୋଇପାରେ ।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ଭ୍ଲାଦିମିର ପୁଟିନଙ୍କ ପ୍ରଥମ ଭାରତ ଗସ୍ତ । ଏହି କାରଣରୁ ପୁଟିନଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ବିଶେଷତଃ ଯେତେବେଳେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଭାରତ ନିବେଦନ କରିଛି । ରୁଷିଆ ଏବଂ ଭାରତ ମଧ୍ୟରେ ଏହାର ଶୀର୍ଷ ନେତାମାନେ ପ୍ରତିବର୍ଷ ପରସ୍ପରର ଦେଶ ପରିଦର୍ଶନ କରିବା ପାଇଁ ଏକ ଚୁକ୍ତିନାମା ରହିଛି । ଏହି ଚୁକ୍ତିନାମା ଅନୁଯାୟୀ ପୁଟିନ ଭାରତ ଗସ୍ତ କରୁଛନ୍ତି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ଗସ୍ତ କରିଛନ୍ତି । ସୂଚନାଯୋଗ୍ୟ, ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆସନ୍ତା ବର୍ଷ କ୍ୱାଡ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତ କରିବେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *