ବଢ଼ିଲା ଭାଇଜାନଙ୍କ ସୁରକ୍ଷା

ମୁମ୍ବାଇ: ବଢ଼ିଲା ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା। ତାଙ୍କ ଆପାଟମେଣ୍ଟବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଏବେ ତାଙ୍କ ଫ୍ଲାଟରେ ମଧ୍ୟ ସୁରକ୍ଷା ବଢ଼ାଇ ଦିଆଯାଇଛି।ଏପରିକି ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ଫ୍ଲାଟର ବାଲକୋନି ବୁଲେଟ୍ ପ୍ରୁଫ ଗ୍ଲାସରେ ସମ୍ପୂର୍ଣ୍ଣ କଭର୍ କରି ଦିଆଯାଇଛି।

ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଥିରେ ଦେଖିବାକୁ ମିଳୁଛି ଯେ ସଲମାନ ଖାନଙ୍କ ଫ୍ଲାଟର ବାଲକୋନିରେ ବୁଲେଟପ୍ରୁଫ୍ ଗ୍ଲାସରେ ଆଚ୍ଛାଦିତ ହୋଇଛି।

ଉଲ୍ଲେଖଯୋଗ୍ୟ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ସଲମାନ ଖାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୂର୍ବରୁ ବହୁ ଧମକ ଦେଇଥିଲା। ଯାହା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ତେବେ ସଲମାନ ଖାନଙ୍କ ଘରର ଏହି ସୁରକ୍ଷା ବ୍ୟବସ୍ଥା ପ୍ରଶଂସକଙ୍କୁ ନିରାଶ କରିଛି। କାରଣ ଇଦ୍, ଜନ୍ମଦିନ ଏବଂ ଅନ୍ୟାନ୍ୟ ପର୍ବ ଅବସରରେ ସଲମାନ ଖାନ ଏହି ବାଲକୋନୀରେ ଠିଆ ହୋଇ ପ୍ରଶଂସକଙ୍କୁ ହାତ ହଲାଇ ଅଭିବାଦନ ଜଣାଉଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *