ମନମୋହନଙ୍କ ନିଧନ ପାଇଁ ଘୁଞ୍ଚିଲା ତାରିଖ

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଆଜି ୫୯ତମ ଜନ୍ମଦିନ। ଏହି ଦିନରେ ଅର୍ଥାତ ୨୭ ତାରିଖରେ ତାଙ୍କ ଫିଲ୍ମ ‘ସିକନ୍ଦର’ର ଟିଜର ରିିଲିଜ ହେବାରେ ଥିଲା। ହେଲେ ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି। ୨୬ ଡିସେମ୍ବର ରାତିରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଖବର ପରେ ଏହି ନିଷ୍ପତି ନିଆଯାଇଥିଲା। ଏହା ପରେ ମେକର୍ସ ସିକନ୍ଦରର ନୂଆଁ ରିଲିଜ ଡେଟର ତାରିଖ ଘୋଷଣା କରିଦେଇଛନ୍ତି।

ଏଆର ମୁରୁଗଡୋସ ଦୂାରା ନିର୍ଦ୍ଦେଶିତ ସିକନ୍ଦରର ଟିଜର ଆଜି ରିଲିଜ ହେଉନାହିଁ। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ ପାଇଁ ଏହି ରିଲିଜ ଡେଟକୁ ୨୭ ତାରିଖକୁ ଘଞ୍ଚାଯାଇ ୨୮ ତାରିଖ ରଖାଯାଇଛି। ସାଜିଦ ନାଡିୟାଡବାଲ ମଧ୍ୟ ସିକନ୍ଦର ଟିଜର ରିଲିଜର ନୂଆ ତାରିଖକୁ ଏକ୍ସରେ ସେୟାର କରିଛନ୍ତି। ଏହି ଆକ୍ସନ ଟିଜର ଫିଲ୍ମର ଟିଜର ୨୮ ଡିସେମ୍ବର ସକାଳ ୧୧ଟା ୭ରେ ଅନଲାଇନରେ ରିଲିଜ କରାଯିବ।

ଏହା ସହ ସାଜିଦ କହିଛନ୍ତି ସମ୍ମାନୀତ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗକୁ ଦୃଷ୍ଟିରେ ରଖି ସିକନ୍ଦରର ଟିଜର ରିଲିଜ ଡେଟ୍ କୁ ସ୍ଥଗିତ ରଖାଯାଇଥିଲା। ଏହା ସହ ସଲମାନ ଖାନ୍ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଂଟରେ ସିକନ୍ଦରର ପୋଷ୍ଟର ସହ ରିଲିଜ ଡେଟକ ବିଷୟରେ ଦର୍ଶକଙ୍କୁ ସୂଚନା ଦେଇଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *