ସ୍କୁଲ ଯିବା ବୟସରେ ସଂସାର ଗଢିଥିଲେ କୋରିଓଗ୍ରାଫର ସରୋଜ ଖାନ୍‌

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ୍ । ଅନେକ ସୁପରହିଟ ଗୀତର କୋରିଓଗ୍ରାଫି କରିଛନ୍ତି ସେ । ମାଧୁରୀ ହୁଅନ୍ତୁ ବା ଶ୍ରୀଦେବୀ ସମସ୍ତେ ତାଙ୍କ କୋରିଓଗ୍ରାଫିରେ ଡ଼୍ୟାନ୍ସ କରିଛନ୍ତି । ହେଲେ ବଲିଉଡ଼ରେ ଲମ୍ବା ସମୟ ଧରି କ୍ୟାରିୟର ଗଢିବା ତାଙ୍କ ପାଇଁ ଏତେଟା ସହଜ ନ ଥିଲା । ଅନେକ ସଂଘର୍ଷ ଓ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେ । ତଥାପି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରି ଆଗକୁ ବଢି ଚାଲିଥିଲେ । ଶେଷରେ ସେ ଘରେ ଘରେ ଲୋକପ୍ରିୟ କୋରିଗ୍ରାଫର ଭାବେ ବେଶ୍ ପରିଚିତ ହୋଇଗଲେ ।

୧୯୭୪ରେ ରିଲିଜ ହୋଇଥିବା ଫିଲ୍ମ ‘ଗୀତା ମେରା ନାମ’ରୁ ସରୋଜଙ୍କୁ କୋରିଓଗ୍ରାଫି ଭାବରେ ପରିଚୟ ମିଳିଥିଲା । ଏହା ପରେ ମିଷ୍ଟର ଇଣ୍ଡିଆ, ନାଗିନ, ଚାନ୍ଦିନୀ, ତେଜାବ, ଥାନେଦାର ଓ ବେଟା ଭଳି ଅନେକ ସୁପହିଟ ଫିଲ୍ମ ଗୀତରେ କୋରିଓଗ୍ରାଫି କରିଛନ୍ତି ସରୋଜ । ଦେଶର ସବୁଠୁ ବଡ କୋରିଓଗ୍ରାଫର ଭାବେ ନାମ କମାଇଥିଲେ ସେ। ବଲିଉଡ ଡ୍ରିମଗାର୍ଲ ମାଧୁରୀ ଦୀକ୍ଷିତ୍‌, ଶ୍ରୀଦେବୀ ତାଙ୍କୁ ନୃତ୍ୟଗୁରୁ ଭାବେ ମାନନ୍ତି । ଏଥିପାଇଁ ସେ ୩ଥର ନ୍ୟାସନାଲ ଆୱାର୍ଡ ଜିତିଥିଲେ ।

ବିଭାଜନ ପରେ ସରୋଜ ଖାନଙ୍କ ପରିବାର ପାକିସ୍ତାନରୁ ଭାରତ ଆସିଥିଲେ । ଏହା ପରେ ମାତ୍ର ୩ ବର୍ଷ ବୟସରେ ଶିଶୁ କଳାକାର ଭାବେ କାମ କରିଥିଲେ । ଏହିଠାରୁ ତାଙ୍କର ୪୦ ବର୍ଷର କ୍ୟାରିଅରର ମୂଳଦୁଆ ପଡିଥିଲା । ୪୦ ବର୍ଷର କ୍ୟାରିୟରରେ ସଫଳତା ହାସଲ କରିଛନ୍ତି ସତ, ହେଲେ ବ୍ୟକ୍ତିଗତ ଜୀବନରେ ବହୁ ସମସ୍ୟା ରହିଥିଲା । ମାତ୍ର ୧୩ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସରୋଜ । ସ୍କୁଲ ଯିବା ବୟସରେ ସଂସାର ଗଢିଥିଲେ ସରୋଜ । ଡ୍ୟାନ୍ସ ମାଷ୍ଟର ସୋହନଲାଲଙ୍କୁ ବିବାହ କରିଥିଲେ । ଦୁଇଜଣଙ୍କ ମଧ୍ୟରେ ବୟସ ବ୍ୟବଧାନ ଅଧିକଥିଲା । ସୋହନଲାଲଙ୍କୁ ୩୦ ବର୍ଷ ହୋଇଥିବାବେଳେ ସରୋଜଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା । ଖୁବ କମ ବୟସରୁ ବିବାହ କରିଥିବାରୁ ତାଙ୍କ ଜୀବନ ଉପରେ ପ୍ରଭାବ ପକାଇଥିଲା । ତାଙ୍କର ପ୍ରକୃତ ନାମ ଥିଲା ନିର୍ମଳା ନାଗପାଲ । ବିବାହ ପରେ ସେ ସରୋଜ ଖାନ ଭାବେ ପରିଚିତ ହେଲେ ।

ସରୋଜଙ୍କ ପ୍ରଥମ ବିବାହ େ ନ ଥିଲା । ଏହାପରେ ସେ ଦ୍ୱିତୀୟ ବିବାହ କରିଥିଲେ । ୧୯୭୫ରେ ସରଦାର ରୋଶନ ଖାନଙ୍କ ହାତ ଧରିଥିଲେ ସରୋଜ । ଏହା ପରେ ସେ ତାଙ୍କ ଧର୍ମ ପରିବର୍ତ୍ତନ କରିଥିଲେ । ଉଭୟଙ୍କର ଗୋଟିଏ ଝିଅ ଅଛନ୍ତି । ତାଙ୍କ ନାମ ସୁକେନା ଖାନ । ୨୦୨୦ ମସିହା ଜୁଲାଇ ୩ ତାରିଖରେ ଦୁନିଆକୁ ଅଲବିଦା କହିଥିଲେ ସରୋଜ । ଆଜି ସେ ନାହାନ୍ତି ସତ ହେଲେ ବଲିଉଡ ତାଙ୍କୁ ସବୁବେଳେ ମନେ ରଖିବ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *