୨୦ ମିନିଟ୍ ପାଇଁ ଅଟକାଗଲା ସ୍କ୍ରିନିଂ

ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଛି ଫିଲ୍ମ “ପୁଷ୍ପା ୨” । ପ୍ରତ୍ୟେକ ପ୍ରେକ୍ଷାଳୟରେ ଅଲୁ ଅର୍ଜୁନଙ୍କ ଅଭିନିତ ଏହି ଫିଲ୍ମ ‘ପୁଷ୍ପା ୨’ ର କ୍ରେଜ ଦେଖିବାକୁ ମିଳୁଛି। ଅନ୍ୟ ଫିଲ୍ମ ଅପେକ୍ଷା ଏହି ଫିଲ୍ମର ପ୍ରଶଂସକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ହାଇଦ୍ରାବାଦରେ ଏହି ଫିଲ୍ମ ଦେଖିବା ପାଇଁ ଦଳାଚକଟା ହେବା ସହ ପ୍ରାଣ ବି ହରାଇଛନ୍ତି ଜଣେ ମହିଳା । ସେହିପରି ମୁମ୍ବାଇର ଗେଟି ଗ୍ୟାଲେକ୍ସି ଥିଏଟରରେ ‘ପୁଷ୍ପା-୨’ର ସ୍କ୍ରିନିଂ ସମୟରେ ବିଶୃଙ୍ଖଳା ଦେଖାଦେବାରୁ ୨୦ ମିନିଟ୍ ପାଇଁ ଫିଲ୍ମ ବନ୍ଦ କରି ଦିଆଯାଇଥିବା ଜଣାଯାଇଛି ।

ଏହି ଘଟଣା ପରେ ମୁମ୍ବାଇର ଗେଟି ଗ୍ୟାଲେକ୍ସି ଥିଏଟରରେ ‘ପୁଷ୍ପା-୨’ର ସ୍କ୍ରିନିଂ ଚାଲିଥିବା ବେଳେ ଜଣେ ବ୍ୟକ୍ତି ଦର୍ଶକଙ୍କ ଉପରେ ପେପର ସ୍ପ୍ରେ କରିଥିଲେ। ଯେଉଁ କାରଣରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦର୍ଶକଙ୍କୁ କାଶ ଓ ଛିଙ୍କ ହେବା ଆରମ୍ଭ ହୋଇଯାଇଥିଲା। ଦର୍ଶକଙ୍କ ଏଭଳି ଅବସ୍ଥା ଦେଖି ସୋ’କୁ ସଙ୍ଗେସଙ୍ଗେ ଅଟକାଯାଇ ପୋଲିସକୁ ଖବର ଦିଆଯାଇଥିଲା। ପରିସ୍ଥିତି ଆୟତ୍ତକୁ ଅଣାଯିବା ପରେ ୨୦ମିନିଟ ପରେ ପୁଣି ସ୍କ୍ରିନିଂ ଆରମ୍ଭ ହୋଇଥିଲା।

ନିକଟରେ ହାଇଦ୍ରାବାଦରେ ଏହି ଫିଲ୍ମ ଦେଖିବା ପାଇଁ ଦଳାଚକଟା ହେବା ସହ ପ୍ରାଣ ବି ହରାଇଥିଲେ ଜଣେ ମହିଳା । ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ଅଲୁ ଅର୍ଜୁନ ପହଞ୍ଚିବା ଖବର ପାଇବା ପରେ ଲୋକଙ୍କ ପ୍ରବଳ ଗହଳି ଲାଗି ଯାଇଥିଲା । ଏହି ଗହଳି ମଧ୍ୟରେ ଦଳାଚକଟାରେ ହେତୁ ରେବତୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୯ ବର୍ଷର ପୁଅ ଗୁୁରୁତର ହୋଇଥିଲେ । ଅଲୁଅର୍ଜୁନ ଓ ସନ୍ଧ୍ୟା ଥିଏଟର ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। କାରଣ ଅଲୁ ପୂର୍ବରୁ କୌଣସି ସୂଚନା ନଦେଇ ଫ୍ୟାନ୍ସଙ୍କ ଗହଣରେ ସନ୍ଧ୍ୟା ଥିଏଟରରେ ପହଞ୍ଚି ଯାଇଥିଲେ। ଅଲୁଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ଭିଡିଓରେ ଫଶି ଯାଇ ଜଣେ ମହିଳା ଦର୍ଶକଙ୍କ ମୃତ୍ୟୁ ହୋଇଯାଇଥିଲା।

ଅଭିଯୋଗ ହୋଇଛି କି ଅଲୁ ଯଦି ପୂର୍ବରୁ ସୂଚନା ଦେଇ ଆସି ଥାଆନ୍ତେ ତେବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ବ୍ୟାରିକେଡ ବ୍ୟବସ୍ଥା ହୋଇଥାଆନ୍ତା। ଫ୍ୟାନ୍ସମାନେ ଅଭିନେତାଙ୍କୁ ସୁବିଧାରେ ଦେଖି ପାରି ଥାଆନ୍ତେ। କିନ୍ତୁ ଅଭିନେତା ଆସିବାର ସୂଚନା ଦେଇ ନଥିବାରୁ ସେମିତି କିଛି ବ୍ୟବସ୍ଥା କରାଯାଇ ନଥିବାରୁ ଜଣେ ମହିଳା ଦର୍ଶକଙ୍କ ଏହି କାରଣରୁ ଜୀବନ ଚାଲି ଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *