ବଙ୍ଗଳା ‘ମନ୍ନତ’ ପାଇଁ ଶାହରୁଖଙ୍କୁ ମିଳିବ ୯ କୋଟି ଟଙ୍କା

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗଳା ‘ମନ୍ନତ’ ଏବେ ଚର୍ଚ୍ଚାରେ । କାରଣ ଏହି ବଙ୍ଗଳା ମନ୍ନତକୁ ଏବେ ସରକାର ଦେବେ ୯ କୋଟି ଟଙ୍କା । ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସ ଶାହରୁଖଙ୍କୁ ଦେଖିବା ଲାଗି ଏହି ମନ୍ନତ ବାହାରେ ଭିଡ଼ ଜମାଇଥାନ୍ତି। ଶାହରୁଖ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ। ନିଜ ବାଲକୋନିକୁ ଆସି ଫ୍ୟାନ୍ସକୁ ଦେଖାଦିଅନ୍ତି । ଟିକେ ଝଲକ ଦେଖି ନାଚି ଉଠନ୍ତି ପ୍ରଶଂସକ।

ମନ୍ନତ ପାଇଁ ସରକାର ଶାହରୁଖଙ୍କୁ ୯ କୋଟି ଟଙ୍କା ଦେବେ। ଶାହରୁଖ ଖାନ ମନ୍ନତର ମାଲିକାନା ହକ୍ ପାଇବା ଲାଗି ୨୫ ପ୍ରତିଶତ ଫିସ୍ ଭରିଥିଲେ। ଏହି ଆଧାରରେ ୨୭.୫ କୋଟି ଟଙ୍କା ରଖିଥିଲେ। ହେଲେ ଏହାକୁ ଜମି ଆଧରରେ ନୁହେଁ, ସଂପୂର୍ଣ୍ଣ ବଙ୍ଗଳା ଆଧାରରେ ରଖାଯାଇଥିଲା। ଏହା ତାଙ୍କର ଭୁଲ ଥିଲା। ଏହି ବିଷୟରେ ଯେବେ ପରେ ଖାନ ଫ୍ୟାମିଲିକୁ ଜଣାପଡିଲା, ଶାହରୁଖଙ୍କ ସ୍ତ୍ରୀ ଗୌରୀ ଖାନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ରିଫଣ୍ଡ ପାଇଁ ଦାବି କରିଥିଲେ। ବର୍ତ୍ତମାନ ଏହି ମାମଲାକୁ ନେଇ ଅପଡେଟ ଆସିଛି। ରିପୋର୍ଟ ଅନୁଯାୟୀ, ମୁମ୍ବାଇ ସରକାରଙ୍କ ଦ୍ୱାରା ଏହି ଭୁଲ ପାଇଁ ଶାହରୁଖ ଖାନଙ୍କୁ ତାଙ୍କ ବଙ୍ଗଳ ମନ୍ନତ ପାଇଁ ୯ କୋଟି ଟଙ୍କା ମିଳିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *