ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ମନ୍ନତ୍ ଆଗରେ ଅସମ୍ଭାଳ ଭିଡ଼

ମୁମ୍ବାଇ: ୫୯ ବର୍ଷ ବୟସରେ ପାଦ ଦେଲେ ବଲିଉଡ଼ର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ । ସେ ତାଙ୍କ ଜନ୍ମ ଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ସକାଳୁ ଶାହାରୁଖଙ୍କ ବାସଭବନ ‘ମନ୍ନତ୍‌’ ବାହାରେ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କର ପ୍ରଶଂସକମାନଙ୍କ ଅସମ୍ଭାଳ ଭିଡ଼ ଜମିଥିଲା । ଭିଡ଼କୁ ଦେଖି ଶାହାରୁଖ ସକାଳୁ ପ୍ରଥମେ ପ୍ରଶଂସକମାନଙ୍କୁ ଦେଖା ଦେଇଥିଲେ । ହାତ ହଲାଇ ଅଭିବାଦନ ଜଣାିଇଥିଲେ । ପ୍ରଶଂସକମାନଙ୍କୁ ସେମାନଙ୍କର ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଦେଇଥିଲେ ।

ଶାହାରୁଖଙ୍କ ଜନ୍ମଦିନ ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ ପତ୍ନୀ ଗୌରୀ ଖାନ୍ । ଯେଉଁଥିରେ ପ୍ରାୟ ୨୫୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । ଅତିଥିମାନଙ୍କୁ ‘ମନ୍ନତ’କୁ ରାତ୍ରିଭୋଜନ ଲାଗି ଡାକିଥିଲେ ଗୌରୀ । ଏହି ପାର୍ଟିରେ ବଲିଉଡ୍‌ର ଜଣାଶୁଣା ତାରକା ରଣବୀର ସିଂହ, ସୈଫ୍ ଅଲି ଖାନ୍‌, କରୀନା କପୁର, କରିସ୍ମା କପୁର, ଜୋୟା ଅଖ୍‌ତର, ଫରହା ଖାନ୍‌, ସନୟା କପୁର, ମାହିପ କପୁର, ସାଲିନି ପାସି, ନିଲମ୍ କୋଠାରି, କରଣ ଜୋହର, ଅନନ୍ୟା ପାଣ୍ଡେ, ଆଲିଆ ଭଟ୍ଟ, ଆସିନ ଭଟ୍ଟ ଓ ଆହୁରି ଅନେକ ସିନେ-ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *