ଏବେ ଗୃହ ବିଭାଗ ପାଇଁ ଜିଦ୍ ଧରିବେ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହାୟୁତିର ତିନି ଦଳ ପାଇଁ ଏହା ଖୁସିର ଦିନ ଥିବା ବେଳେ ସିନ୍ଦେଙ୍କ ଚେହେରାରେ ଖୁସି ନ ଥିବା ପରିଲକ୍ଷିତ ହୋଇଛି । ଶପଥ ସମାରୋହରେ ମଞ୍ଚରେ ସେ ନିରାଶ ହୋଇ ବସିଥିବା ଦେଖିବାକୁ ମିଳିଥିଲା । ଦେବେନ୍ଦ୍ର ଫଡ଼ନାଭିସ ଏବଂ ଅଜିତ ପାୱାର ଏକାଠି ବସିଥିଲେ । ଉଭୟଙ୍କ ମୁହଁରେ ହସ ଥିଲା ଏବଂ ସେମାନେ ସମାନ ଜ୍ୟାକେଟ୍ ବି ପିନ୍ଧିଥିଲେ। ସେହି ସମୟରେ ଏକନାଥ ସିନ୍ଦେ ଦୂରରେ ଅଲଗା ବସିଥିଲେ । ତାଙ୍କ ମୁହଁରେ ନିରାଶା ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଏବେ ଏକନାଥ ସିନ୍ଦେଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ଦଳୀୟ ନେତାଙ୍କ ଆଭ୍ୟନ୍ତରୀଣ ଚାପରେ ଏବଂ ଅନ୍ୟ ସମୀକରଣ ବଜାୟ ରଖିବା ପାଇଁ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବୋଲି କେତେକ ଶିବସେନା ନେତା କହିଛନ୍ତି। ବିଜେପି ତାଙ୍କୁ ଗୃହ ମନ୍ତ୍ରାଳୟ ଦେଉ ନ ଥିବାରୁ ସେ ନିରାଶ ହୋଇଛନ୍ତି। ଶେଷ ପ୍ରୟାସରେ ସେ ପୁଣି ଥରେ ଗୃହ ବିଭାଗ ଦାବି କରିବେ। ରାଜ୍ୟରେ ବିଜେପିକୁ ୧୩୨ ଟି ଆସନ ମିଳିଥିବାରୁ ଏନ୍‌ସିପି ନେତା ଅଜିତ ପାୱାର ଖୁସି ଜାହିର କରୁଛନ୍ତି । ଏବେ ସେ ଏକନାଥ ସିନ୍ଦେଙ୍କ ବଦଳରେ ଦେବେନ୍ଦ୍ର ଫଡ଼ନାବିସଙ୍କ ସହ କାମ କରିବାର ସୁଯୋଗ ପାଇବେ । ଏହା ତାଙ୍କ ପାଇଁ ଅଧିକ ସୁବିଧାଜନକ ହେବ ବୋଲି କୁହାଯାଉଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *