ବରୁଣଙ୍କୁ ପ୍ରପୋଜ କରିଥିଲେ ଶ୍ରଦ୍ଧା, ମନା କରିବାରୁ ଖୁଆଇଥିଲେ ମାଡ଼

ମୁମ୍ବାଇ: ବଲିଉଡ ସୁପରଷ୍ଟାର ବରୁଣ ଧାୱନଙ୍କୁ ପ୍ରପୋଜ କରିଥିଲେ ଅଭିନେତ୍ରୀ ଶ୍ରଦ୍ଧା କପୁର। ହେଲେ ଏହି ପ୍ରପୋଜକୁ ରିଜେକ୍ଟ କରିଦେଇଥିଲେ ବରୁଣ । ଶ୍ରଦ୍ଧା ବରୁଣଙ୍କୁ ଏତେ ଭଲ ପାଉଥିଲେ ଯେ, ପ୍ରତିଶୋଧ ନେବାକୁ ବି ପଛାଇ ନ ଥିଲେ। ତିନି ଜଣ ପୁଅଙ୍କୁ ଲଗାଇ ବରୁଣଙ୍କୁ ମାଡ଼ ଖୁଆଇଥିଲେ। ଏବେ ଏଭଳି କଥାର ଖୁଲାସା କରିଛନ୍ତି ଅଭିନେତା ବରୁଣ ।

‘ବେବି ଜନ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି ବରୁଣ । ଏହି ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଖ୍ରୀଷ୍ଟମାସ ଅବସରରେ ଏହି ଫିଲ୍ମ ପରଦାକୁ ଆସିଛି। ନିକଟରେ ବରୁଣ ଶୁଭାଙ୍କର ମିଶ୍ରଙ୍କ ପୋଡକାଷ୍ଟରେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଙ୍କ ସହ ତାଙ୍କର ପ୍ରେମକାହାଣୀ ବିଷୟରେ ବଖାଣିଥିଲେ । କିଭଳି ସେମାନଙ୍କ ପ୍ରେମ ଆରମ୍ଭ ହେଉ ହେଉ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ତାହା କହିଛନ୍ତି।

ବରୁଣ କହିଛନ୍ତି ଯେ, ସେ ଯେତେବେଳେ ୮ ବର୍ଷର ହୋଇଥିଲେ ସେତେବେଳେ ଶ୍ରଦ୍ଧା ତାଙ୍କୁ ପ୍ରପୋଜ କରିଥିଲେ। ହେଲେ ସେ ତାକୁ ରିଜେକ୍ଟ କରିଥିଲେ। କାରଣ ସେତେେଳେ ତାଙ୍କୁ ଝିଅମାନେ ପସନ୍ଦ ନ ଥିଲେ। ପରେ ପୁଣି ଥରେ ୧୦ ବର୍ଷର ଜନ୍ମଦିନ ଦିନ ଶ୍ରଦ୍ଧା ବରୁଣଙ୍କୁ ଡାକିଥିଲେ। ସେଠାରୁ ୩ ଜଣ ପିଲା ଥିଲେ ଯିଏକି ଶ୍ରଦ୍ଧାଙ୍କୁ ବେଶ ପସନ୍ଦ କରୁଥିଲେ। ସେମାନେ ତାଙ୍କୁ ଶ୍ରଦ୍ଧାଙ୍କ ପ୍ରପୋଜକୁ ଗ୍ରହଣ କରିବାକୁ ଚାପ ପକାଇଥିଲେ। ଏପରିକି ଝଗଡ଼ା କରିବା ସହ ମାରପିଟ୍ କରିଥିଲେ। କହିବାକୁ ଗଲେ ଶ୍ରଦ୍ଧା ତାଙ୍କୁ ମାଡ଼ ଖୁଆଇଥିଲେ ବୋଲି ବରୁଣ କହିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *