୨୭ରେ ସଲମାନଙ୍କ ଫ୍ୟାନ୍ସଙ୍କୁ ମିଳିବ ସରପ୍ରାଇଜ

ମୁମ୍ବାଇ: ପରଦାକୁ ଆସିବ ସଲମାନଙ୍କ ଅଭିନୀତ ଫିଲ୍ମ ସିକନ୍ଦର। ଫିଲ୍ମର ନୂଆ ପୋଷ୍ଟର ସଲମାନ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି। ୨୭ ଫେବ୍ରୁଆରୀରେ ଫ୍ୟାନ୍ସଙ୍କୁ ପୁଣି ଏକ ବଡ଼ ସରପ୍ରାଇଜ ମିଳିବା ନେଇ ସୂଚନା ରହିଛି।

ପୂର୍ବରୁ ସଲମାନ ଖାନ୍ ସୋସିଆଲ ମିଡିଆରେ କହିଥିଲେ ୧୮ ଫେବ୍ରୁଆରୀରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ମିଳିବ। ୧୮ ଫେବ୍ରୁଆରୀରେ ଫିଲ୍ମ ସିକନ୍ଦରର ନୂଆ ପୋଷ୍ଟର ରିଲିଜ ମଧ୍ୟ ହୋଇଛି। ଯେଉଁଥିରେ ଆଂଗ୍ରି ମ୍ୟାନ୍ ଲୁକ୍‌ରେ ନଜର ଆସିଛନ୍ତି ଭାଇଜାନ୍‌। ସିକନ୍ଦରର ନୂଆ ପୋଷ୍ଟରକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରିଛନ୍ତି।

ସିକନ୍ଦରର ରିଲିଜ ଡେଟ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇନି। ଫିଲ୍ମର ଟିଜର ରିଲିଜ ହୋଇଥିଲା। ଏବେ ଦର୍ଶକଙ୍କୁ ଟ୍ରେଲରର ଅପେକ୍ଷା। ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ସାଜିଦ ନାଡିୟାଡବାଲ। ୧୮ ତାରିଖରେ ତାଙ୍କ ଜନ୍ମ ଦିନ ଅବସରରେ ସିକନ୍ଦରର ନୂଆ ପୋଷ୍ଟର ରିଲିଜ ହୋଇଛି। ଏହା ସହ ୨୭ ଫେବ୍ରୁଆରୀରେ ସଲମାନଙ୍କ ଦର୍ଶକ ମାନଙ୍କ ପାଇଁ ବଡ଼ ସରପ୍ରାଇଜ ଥିବା ମଧ୍ୟ କୁହାଯାଇଛି। ତେବେ କ’ଣ ସେହି ସରପ୍ରାଇଜ ଦର୍ଶକ ୨୭ ତାରିଖକୁ ଅପେକ୍ଷା କରିଛନ୍ତି। ଫିଲ୍ମ ୨୦୨୫ରେ ପରଦାକୁ ଆସିବ। ଫିଲ୍ମରେ ପ୍ରଥମ ଥର ପାଇଁ ସଲମାନଙ୍କ ସହ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ଏ.ଆର ମୁରୁଗାଦାସ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *