ମୁମ୍ବାଇ: ସଲମାନ ଖାନ୍ଙ୍କ ଅଭିନୀତ ଫିଲ୍ମ ‘ସିକନ୍ଦର’ର ଟିଜର ରିଲିଜ ହୋଇସାରିଛି। ଦମଦାର ଆକ୍ସନ ସିନ୍ରେ ନଜର ଆସିଛନ୍ତି ଭାଇଜାନ। ଗୋଟେ ମିନିଟ୍ ୪୨ ସେକେଣ୍ଡ ଟିଜରରେ ରିଲିଜ ହୋଇଛି। ସଲମାନଙ୍କ ଏଣ୍ଟ୍ରି ସହ ଡାଏଲଗକୁ ଶୁଣି ଦର୍ଶକ ମଧ୍ୟ ଫିଲ୍ମ ରିଲିଜ ଡେଟ୍କୁ ଅପେକ୍ଷା କରିଛନ୍ତି। ଡାଏଲଗ୍ରେ ସଲମାନ କହିଛନ୍ତି ଶୁଣିବାକୁ ମିଳୁୁଛି ବହୁତ ଲୋକ ପଛରେ ପଡ଼ିଛନ୍ତି, କେବଳ ମୁହଁ ବୁଲାଇବାକୁ ଅପେକ୍ଷା। ଏହି ଡାଏଲଗ୍ ଭାଇଜାନ୍ଙ୍କ ଫ୍ୟାନ୍ସଙ୍କୁ ମତୁଆଲା କରିଛି। ଛୋଟ ଟିଜରରେ ସଲମାନ ଶତ୍ରୁଙ୍କୁ ମାରୁଥିବାର ଦେଖିବାକୁ ମିଳିଛି।
ଏହି ଫିଲ୍ମରେ ସଲମାନଙ୍କ ଅପୋଜିଟ୍ରେ ନଜର ଆସିବେ ଶ୍ରୀବଲ୍ଲୀ ମାନେ ରଶ୍ମିକା ମନ୍ଦନା। ଏହା ସହିତ ଫିଲ୍ମରେ ସୁନୀଲ ସେଠୀ, ସତ୍ୟରାଜ, ଶରମନ ଯୋଶୀ, କାଜଲ ଅଗ୍ରୱାଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
ଫିଲ୍ମ ୨୦୨୫ରେ ରିଲିଜ ହେବ। ଏହାର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ସାଜିଦ ନଦିୟାୱାଲା। ଯାହାଙ୍କ ସହ ସଲମାନ କିକ୍ ଫିଲ୍ମ ମଧ୍ୟ କରିଥିଲେ। ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏଆର ମୁରୁଗାଦାସ। ଯିଏ ଅକିରା ଏବଂ ଗଜନୀ ଭଳି ସୁପରହିଟ୍ ଫିଲ୍ମ ପ୍ରସ୍ତୁତ କରିଥିଲେ।
୨୭ ଡିସେମ୍ବର ସଲମାନଙ୍କ ଜନ୍ମ ଦିନରେ ଫିଲ୍ମର ଟିଜର ରିଲିଜ ହେବାର ଥିଲା। ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗ ଖବର ପରେ ଫିଲ୍ମ ଟିଜର ରିଲିଜ ଡେଟକୁ ଘୁଞ୍ଚାଯାଇଥିଲା।