ଅକ୍ଷୟ କୁମାର, ବୀର ପାହାଡିୟାଙ୍କ ଅଭିନୟକୁ ପ୍ରଶଂସା

ମୁମ୍ବାଇ: ବର୍ଷ ଆରମ୍ଭରୁ ପରଦାରେ ଅକ୍ଷୟ କୁମାରଙ୍କ କମାଲ। ସାଧାରଣତନ୍ତ୍ର ଦିବସ ଅବସରରେ ରିଲିଜ ହୋଇଥିବା ଫିଲ୍ମ ‘ସ୍କାଏ ଫୋର୍ସ’ ବକ୍ସ ଅଫିସରେ ମାରିଛି ବାଜି। ଫିଲ୍ମରେ ବୀର ପାହାଡିୟା ଡେବ୍ୟୁ କରିଥିବା ଦେଖିବାକୁ ମିଳିଛି। ଅନେକ ଆଶା ଆକାକ୍ଷାଂରେ ପରଦାରେ ରିଲିଜ ହୋଇଛି। ଏହି ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ।

ଭାରତ ଏବଂ ପାକିସ୍ତାନରେ ୧୯୬୫ରେ ହୋଇଥିବା ଯୁଦ୍ଧ ସମୟରେ ଏକ ସ୍କ୍ୱାଡ୍ରନ୍ ଲିଡରଙ୍କ ନିଖୋଜର କାହାଣୀ । ଜାନୁଆରୀ ୨୬ ୱିକେଣ୍ଡରେ ରିଲିଜ ଫିଲ୍ମ ପ୍ରଥମ ଦିନରେ ଦର୍ଶକଙ୍କ ମନ କିଣିଛି। ଭଲ ରେସପନ୍ସ ଦେଇଛନ୍ତି ଦର୍ଶକ। ଫିଲ୍ମରେ ଅକ୍ଷୟ କୁମାର, ବୀର ପାହାଡିୟା, ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରିଛନ୍ତି।

ପ୍ରଥମ ଦିନରେ ଫିଲ୍ମ ‘ସ୍କାଏ ଫୋର୍ସ’ ୧୫ କୋଟି ୩୦ ଲକ୍ଷ ବ୍ୟବସାୟ କରିଛି। ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ବ୍ୟାରିୟର ତୃତୀୟ ସବୁଠାରୁ ଅଧିକ ଓପନିଂ କରିଥିବା ଫିଲ୍ମ

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *