ମୁମ୍ୱାଇ:ନିଜର ବିବାହରେ ସୁନାର ଶାଢୀ ପିନ୍ଧିବେ ଶୋଭିତା ଧୁଲିପାଲ । ଖୁବ୍ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି। ଶୋଭିତା ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରବେ। ଉଭୟ ଆସନ୍ତା ଡିସେମ୍ବର ୪ ତାରିଖରେ ବିବାହ କରିବାକୁ ଯାଉଛନ୍ତି। ଶୋଭିତା ତାଙ୍କ ବିବାହକୁ ବହୁତ ସାଂସ୍କୃତିକ ଏବଂ ଐତିହ୍ୟରେ ଭରିବାକୁ ଚାହୁଁଛନ୍ତି। ଏନେଇ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି ଶୋଭିତା । ସେ ନିଜ ପୋଷାକର ମଧ୍ୟ ଖୁବ୍ ଧ୍ୟାନ ଦେଉଛନ୍ତି। ଶୋଭିତା ତାଙ୍କ ବିବାହରେ ସୁନାର ଶାଢୀ ପିନ୍ଧିବାକୁ ସ୍ଥିର କରିଥିବା ଜଣାଯାଇଛି ।
ଶୋଭିତା ଏବେ ତାଙ୍କ ବିବାହକୁ ନେଇ ବ୍ୟସ୍ତ ଅଛନ୍ତି । ସେଥିଲାଗି ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚଳାଇଛନ୍ତି । ନିକଟରେ ତାଙ୍କ ମା ସହିତ ସପିଂ କରିବା ସମୟରେ ସୁନାର ବ୍ରୋକେଡ୍ ସହିତ ଏକ ସୁନ୍ଦର କାଞ୍ଜୀବରମ ରେଶମ ଶାଢୀ ବାଛିଥିଲେ। ତାଙ୍କୁ ତାଙ୍କ ବିବାହରେ ପରମ୍ପରାକୁ ଫଲୋ କରୁଥିବା ଦେଖିବାକୁ ମିଳିବ। ତାଙ୍କ ଶାଢୀ ଚୈତନ୍ୟଙ୍କ ଡ୍ରେସ ସହ ମ୍ୟାଚିଂ ମଧ୍ୟ ହେବ । ଏହି ଦୁଇଟି ପୋଷାକ ଆନ୍ଧ୍ରପ୍ରଦେଶର ପଣ୍ଡୁରୁରେ ବୁଣା ହୋଇଛି । ଏହା ବ୍ୟତୀତ ଶୋଭିତା ଏକ ସରଳ ଧଳାର ଖଦି ଶାଢୀ ମଧ୍ୟ କିଣିଛନ୍ତି। ସେ ତାଙ୍କ ବିବାହ ପାଇଁ ପ୍ରତ୍ୟେକ ପ୍ରସ୍ତୁତି ପ୍ରତି ଧ୍ୟାନ ଦେଉଛନ୍ତି । ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନରେ କୌଣସି ତ୍ରୁଟି ଚାହୁଁ ନାହାନ୍ତି । ତେଲୁଗୁ ଐତିହ୍ୟର ଛାପ ତାଙ୍କ ବିବାହରେ ଦୃଶ୍ୟମାନ ହେବ । ଶୋଭିତା ସବୁବେଳେ ପାରମ୍ପାରିକ ପୋଷାକରେ ନଜର ଆସନ୍ତି। ନାଗା ଏବଂଶୋଭିତାଙ୍କ ବିବାହରେ କେବଳ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ରହିବେ ।