ସେନ୍ୟ ପିନ୍ଧିବେ ମ୍ୟାଜିକ୍ କପଡା: ଆର୍ମି ଗାଡ଼ିଠୁ ଫାଇଟର ଜେଟ୍ ହୋଇଯିବ ଗାଏବ୍‌

ନୂଆଦିଲ୍ଲୀ: ବଲିଉଡ଼ର ଫିଲ୍ମ ମିଷ୍ଟର ଇଣ୍ଡିଆ ପ୍ରାୟ ସମସ୍ତେ ଦେଖିଥିବେ । ଏଥିରେ ଅଭିନେତା ଏକ ହାତ ଘଣ୍ଟା ସାହାଯ୍ୟରେ କିପରି ଅଦୃଶ୍ୟ ହୋଇଯାଉଛନ୍ତି, ତାହା ଏଥିରେ ଦେଖିବାକୁ ମିଳେ । ହେଲେ ଏବେ ଏପରି ଏକ ମ୍ୟାଜିକ୍ କପଡ଼ା ଆସିଛି, ଯାହାକୁ ସୈନ୍ୟମାନେ ପିନ୍ଧିଲେ ଅଦୃଶ୍ୟ ହୋଇଯିବେ । ଏମିତି କି ଆର୍ମି ଗାଡ଼ିଠୁ ଆରମ୍ଭ କରି ଫାଇଟର ଜେଟ୍ ସବୁକିଛି ହୋଇଯିବ ଅଦୃଶ୍ୟ । ଏଭଳି ସ୍ୱତନ୍ତ୍ର କପଡ଼ା ପ୍ରସ୍ତୁତ କରିବାରେ ସଫଳ ହୋଇଛି ଆଇଆଇଟି କାନପୁର ।

ଏହି ମ୍ୟାଜିକ୍ କପଡ଼ାକୁ ଆଇଆଇଟି କାନପୁର ନିର୍ଦ୍ଦେଶକ ମନିନ୍ଦ୍ର ଅଗ୍ରୱାଲ ଙ୍କ ସମେତ ଆଇଆଇଟିର ୩ ଜଣ ବୈଜ୍ଞାନିକ କୁମାର ବୈଭବ ଶ୍ରୀବାସ୍ତବ, ଅନନ୍ତ ରାମକୃଷ୍ଣନ୍ ଓ ଜେ.ରାମକୁମାର ପ୍ରସ୍ତୁତ କରିଛନ୍ତି । ଏହି କପଡ଼ା ପାଖରେ ମଣିଷ କି କୌଣସି ଜିନିଷ ରଖିଲେ ତାହା ଅଦୃଶ୍ୟ ହୋଇଯିବ । ଯଦି ଭାରତୀୟ ସୈନ୍ୟବାହିନୀ ଏହି ସ୍ୱତନ୍ତ୍ର କପଡ଼ା ଉପଯୋଗ କରିବେ, ତେବେ ଶତ୍ରୁକୁ ଦେବେ ଚକ୍‌ମା । ଆକ୍ରମଣ କରିବା ମାତ୍ରେ, ସଙ୍ଗେ ସଙ୍ଗେ ଉଭାନ୍ ହୋଇଯିବେ । ସେତିକି ନୁହେଁ, ଏହି କପଡ଼ା ପଛପଟେ ଅତ୍ୟାବଶ୍ୟକ ଅସ୍ତ୍ର ମଧ୍ୟ ଲୁଚି ରହିବ । ଏହା ଏକ ମେଟାମ୍ୟାଟେରିଆଲ ସର୍ଫେସ କ୍ଲୋକିଙ୍ଗ୍ ସିଷ୍ଟମ୍‌, ଯାହା ଆମ ସୈନ୍ୟବାହିନୀ, ବିମାନ ଓ ଡ୍ରୋନ୍‌କୁ ଶତ୍ରୁଠୁ ରକ୍ଷା କରିପାରିବ ।

ଏହି ମ୍ୟାଜିକ୍ କପଡ଼ା କେବଳ ମଣିଷକୁ ଗାଏବ କରିବ ତା’ ନୁହେଁ । ଏହି କପଡ଼ାର ବିଶେଷତ୍ୱ ହେଉଛି, ଶତ୍ରୁର ରାଡାର ଏହାକୁ ଧରିପାରିବ ନାହିଁ । ସାଟେଲାଇଟ୍ ମଧ୍ୟ ଚିହ୍ନଟ କରିପାରିବ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହାକୁ ଇନ୍‌ଫ୍ରାରେଡ୍ କ୍ୟାମେରା, ଉଣ୍ଡ୍ ସେନ୍‌ସର ଓ ଥର୍ମାଲ ଇମେଜର ଦ୍ୱାରା ମଧ୍ୟ ଦେଖିହେବ ନାହିଁ । ଅର୍ଥାତ୍ ଏହି କପଡ଼ା ପଛରେ କ’ଣ ଅଛି, କେହି ଜାଣିପାରିବେ ନାହିଁ । ଏହି କପଡ଼ାରୁ ଆର୍ମି ଗାଡ଼ିର କଭର, ସୈନିକଙ୍କ ୟୁନିଫର୍ମ କିମ୍ବା ବିମାନ କଭର୍ ମଧ୍ୟ ପ୍ରସ୍ତୁତ କରାଯାଇପାରିବ । ଏହା ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ । ବିଦେଶରୁ ଆସୁଥିବା ସର୍ଫେସ କ୍ଲୋକିଙ୍ଗ୍ ସିଷ୍ଟମ୍‌ଠୁ ୬-୭ ଗୁଣ ଅଧିକ ଶସ୍ତା । ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଏହି ଉପକରଣର ଉଦ୍‌ଘାଟନ କରିଛନ୍ତି । ପ୍ରତିଷ୍ଠାନରେ ଅନୁଷ୍ଠିତ ଷ୍ଟାର୍ଟଅପ୍ ପ୍ରଦର୍ଶନୀରେ ମଧ୍ୟ ଏହାକୁ ପ୍ରଦର୍ଶନ କରାଯାଇଛି । ଶତ୍ରୁର ଅନେକ କୌଶଳକୁ ଏହା ଜରିଆରେ ବିଫଳ କରାଯାଇପାରିବ । ଏହାକୁ ପ୍ରସ୍ତୁତ କରିବାକୁ ୨୦୧୮ ମସିହାରେ ଆବେଦନ କରାଯାଇଥିଲା । ଏବେ ଏହାକୁ ଅନୁମତି ମିଳିଛି ।

ଗତ ୬ ବର୍ଷ ହେଲା ଭାରତୀୟ ସୈନ୍ୟବାହିନୀରେ ଏହି କୌଶଳର ପରୀକ୍ଷଣ ଚାଲିଥିଲା । କୁମାର ବୈଭବ ୨୦୧୦ ମସିହାରେ ଏ କ୍ଷେତ୍ରରେ କାମ ଆରମ୍ଭ କରିଥିଲେ । ଭାରତୀୟ ସେନା ଏଭଳି ଏକ ଟେକ୍ନୋଲୋଜି ଖୋଜୁଥିଲା, ଯାହା ଏବେ ସତ ହୋଇଛି । ଏହା ଯେ କୌଣସି ପ୍ରକାର ଇମେଜିଂ ପ୍ରକ୍ରିୟାକୁ ରୋକିବାରେ ସକ୍ଷମ ହେବ । ଅନୁମତି ମିଳିଲେ, ଭାରତୀୟ ସେନାକୁ ବର୍ଷକ ମଧ୍ୟରେ ଏହି ଉପକରଣ ଦେବାକୁ ଇଚ୍ଛୁକ ଥିବା ମେଟାତତ୍ତ୍ୱ କମ୍ପାନିର ଏମ୍‌ଡି ଓ ପୂର୍ବ ଏୟାର ଭାଇସ୍ ମାର୍ଶଲ ପ୍ରବୀଣ ଭଟ୍ଟ କହିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *