ନୂଆଦିଲ୍ଲୀ: ହଠାତ୍ ବିଗିଡ଼ିଗଲା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା । ଗୁରୁବାର ରାତିରେ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାଯାଇଛି । ଏହି ଖବର ଜଣାପଡ଼ିବା ପରେ ଅନେକ କଂଗ୍ରେସ ନେତା ଓ କର୍ମୀମାନେ ତାଙ୍କୁ ଦେଖା କରିବା ସହ ଆଶୁ କାମନା କରିଛନ୍ତି ।
ସାର ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ପକ୍ଷରୁ କୁହାଯାଇଛି ଯେ, ପେଟ ସମ୍ବନ୍ଧୀୟ କିଛି ସମସ୍ୟା ଯୋଗୁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ନିୟମିତ ଚେକଅପ କରାଯାଇଥିଲା । ତଥାପି ଚିନ୍ତା କରିବାର କିଛି ନାହିଁ । ଏବେ ସେ ସୁସ୍ଥ ଅଛନ୍ତି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ ଡ଼ିସ୍ଚାର୍ଜ କରି ଦିଆଯିବ । ସେ କିଛି ଦିନ ବିଶ୍ରାମ ନେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି କୁହାଯାଇଛି ।