ଝାଡଖଣ୍ଡରେ ପୁଣି ସୋରେନ ସରକାର

ରାଞ୍ଚି: ଝାଡଖଣ୍ଡରେ ବାଜି ମାରିଲେ ଓଡ଼ିଆ ଝିଅ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ସୁମାର ଗୋଣ୍ଡେୟ ବିଧାନସଭା ଆସନରେ ବଡ଼ ବିଜୟ ହାସଲ କରିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ମୁନିୟା ଦେବୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏବେ ପୁଣି ଝାଡ଼ଖଣ୍ଡରେ ସୋରେନ୍ ସରକାର ଚାଲିବ ।

ଝାଡଖଣ୍ଡର ବହୁ ଚର୍ଚ୍ଚିତ ସିଟ୍ ଦଖଲ କରିଛି ଜେଏମଏମ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ବିଜୟୀ ହୋଇଛନ୍ତି। କଳ୍ପନା ତାଙ୍କ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ମୁନିୟା ଦେବୀଙ୍କୁ ହରାଇଛନ୍ତିି। ଏହି ଆସନ ଜିତିବା ପାଇଁ କଳ୍ପନାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଆରମ୍ଭରୁ କଳ୍ପନା ଏହି ଆସନରେ ହଜାର ଭୋଟରେ ପଛରେ ପଡ଼ିଥିଲେ, କିନ୍ତୁ ଶେଷରେ ସେ ବିଜୟୀ ହୋଇଛନ୍ତି। କଳ୍ପନାଙ୍କୁ ବର୍ତ୍ତମାନ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଗେମ୍ ଚେଞ୍ଜର ଭାବରେ ବିବେଚନା କରାଯାଉଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *