ମୁମ୍ବାଇ:ବିବାହ କଲେ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ। ବହୁ ଦିନ ବୟ ଫ୍ରେଣ୍ଡଙ୍କୁ ସାତ ଜନ୍ମର ସାଥୀ ବାଛିଲେ କୀର୍ତ୍ତି।ଅଭିନେତ୍ରୀ ତାଙ୍କ ବିବାହ ଆଲବମର କିଛି ଫଟୋକୁ ତାଙ୍କ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
କୀର୍ତ୍ତି ସୁଣେଶ ବିବାହର ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି। ଯେଉଁଥିରେ ଆଣ୍ଟୋନି ଥାଟିଲଙ୍କ ପତ୍ନୀ ଭାବରେ ନଜର ଆସିଛନ୍ତି। ଫଟୋ ଜରିଆରେ କୀର୍ତ୍ତି ତାଙ୍କ ପ୍ରଶଂସକଙ୍କୁ ବରମାଳ ପିନ୍ଧାଉଥିବାରୁ ନେଇ ବିବାହ ପର୍ଯ୍ୟନ୍ତର କିଛି କିଛି ଝଲକ ଦେଖାଇଛନ୍ତି। ଯାହାକୁ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଯାଇଛନ୍ତି। କୀର୍ତ୍ତି ସୁରେଶ ବରମାଳ ସମୟରେ ସାଉଥ ଇଣ୍ଡିଆନ୍ ଗେଟ୍ ଅପରେ ନଜର ଆସିଥିଲେ। କୀର୍ତ୍ତି ହଳିଦିଆ ଏବଂ ଗ୍ରୀନ ଶାଢ଼ୀ ପିନ୍ଧିଥିଲେ। ବରମାଳା ପିନ୍ଧାଇବା ସମୟରେ କାନ୍ଦି ପକାଇଥିଲେ କୀର୍ତ୍ତି। ଏହା ପରେ ବିବାହ ସମୟରେ ଆଉ ଏକ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିଲେ କୀର୍ତ୍ତି। ଗୋଆରେ ଏକ ଡେଷ୍ଟିନେଶନ ଓ୍ବେଡିଂ କରାଯାଇଥିଲା । ଦମ୍ପତିଙ୍କ ବିବାହରେ କେବଳ ଘନିଷ୍ଠ ପରିବାର ସଦସ୍ୟ ଯୋଗ ଦେଇଥିଲେ ।
ତେବେ ଆପଣଙ୍କ ମନକୁ ଆସୁଥିବ କିର୍ତ୍ତୀ ସୁରେଶଙ୍କ ଭାବି ସ୍ୱାମୀ ଆଣ୍ଟୋନି ଥାଟିଲ କିଏ? ସେ ଜଣେ ଦୁବାଇର କୋଟିପତି ବ୍ୟବସାୟୀ । ତାଙ୍କର ରିସର୍ଟ ଚେନ୍ ରହିଛି । ଏହାବ୍ୟତୀତ କୋଚିରେ ତାଙ୍କର ଏକ ରିଟେଲ ଏବଂ କର୍ଟେନର ବ୍ୟବସାୟ ରହିଛି । ସେ ବର୍ତ୍ତମାନ ତାଙ୍କ ଫ୍ୟାମିଲି ବିଜନେସ୍ ଆଗକୁ ନେଉଛନ୍ତି । ତେବେ କିର୍ତ୍ତୀ ସୁରେଶ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ବରୁଣ ଧାୱନଙ୍କ ସହ ଫିଲ୍ମ ‘ବେବି ଜନ୍’ରେ ଲିଡ୍ ରୋଲରେ ନଜର ଆସିବେ। ଏହି ଫିଲ୍ମଟି ୨୫ ଡିସେମ୍ବରରେ ମୁକ୍ତିଲାଭ କରିବ ।