ଡ୍ରେସ କୋର୍ଡକୁ ବିରୋଧ କରି କ୍ୟାମ୍ପସରେ ପୋଷାକ ଡ୍ରେସ୍ ଖୋଲି ଦେଲେ ଛାତ୍ରୀ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସର୍ବସାଧାରଣ ସମ୍ମୁଖରେ ନିଜର ଡ୍ରେସ୍ ଖୋଲିଦେଲେ ଛାତ୍ରୀ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଛାତ୍ରୀଙ୍କ ଏପରି ହରକତ ଦେଖି ସାଧାରଣ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଡ୍ରେସ କୋଡକୁ ବିରୋଧ କରି ସେ ଏପରି କରିଥିବା ଜଣାଯାଇଛି ।

ଇରାନରେ ଇସଲାମିକ୍ ହିଜାବ ଓ ଡ୍ରେସ୍ କୋଡକୁ ନେଇ କଡ଼ା ନିୟମ ରହିଛି। କେବଳ ଏତିକି ନୁହେଁ ପୋଷାକ ପରିଧାନକୁ ନେଇ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ବି ଲାଗୁ କରାଯାଇଛି। ଇରାନରେ ହିଜାବକୁ ନେଇ ବିରୋଧର ସ୍ୱର ଦୀର୍ଘ ଦିନରୁ ଶୁଣିବାକୁ ମିଳୁଛି। ଏହାକୁ ବିରୋଧ କରି ଜଣେ ଛାତ୍ରୀ ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିଜର ପୋଷାକ ଖୋଲି ବିରୋଧ ପ୍ରଦର୍ଶନ କରିଥିଲେ । ଛାତ୍ରୀଙ୍କ ଏଭଳି ପ୍ରଦର୍ଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି ଯେ, ଏହି ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ । ସେ କିଛି ମାନସିକ ରୋଗରେ ପୀଡ଼ିତ ଥିବା ଭଳି ଲାଗୁଥିଲେ। ତାଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଏଭଳି ବିବାଦୀୟ ଶୈଳୀରେ ବିରୋଧ ପ୍ରଦର୍ଶନ କରିଥିବା ଯୁବତୀ ଜଣକ ତେହରାନ ସାଇନ୍ସ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟିର ଛାତ୍ରୀ । ଯାହାଙ୍କ ନାମ ଅହୁ ଦରୟାଇ ବୋଲି ଜଣାପଡ଼ିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *