ସାନ୍ତା ହେଲେ ସୁନୀତା , ଖ୍ରୀଷ୍ଟମାସ ପାଇଁ ହେଉଛନ୍ତି ପ୍ରସ୍ତୁତ

ନୂଆଦିଲ୍ଲୀ : ନାସାର ଭାରତୀୟ ବଂଶୋଦ୍ଭବ ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଏହି ସମୟରେ ଖୁବ୍ ଚର୍ଚ୍ଚାରେ। ଅନେକ ଦିନରୁ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଥିବା ସୁନୀତାଙ୍କର ସ୍ୱାସ୍ଥ୍ୟକୁ ନେଇ ଲୋକେ ଖୁବ୍ ଚିନ୍ତାରେ ଥିଲେ। ହେଲେ ଏବେ ସୁନୀତା ୱିଲିୟମ୍ସ ପୂରା ଜୋଶ୍‌ରେ ନଜର ଆସୁଛନ୍ତି । ନିଜ ସାଥିଙ୍କ ସହ ଖ୍ରୀଷ୍ଟମାସକୁ ପାଳନ କରିବା ନେଇ ଅପେକ୍ଷା କରିଛନ୍ତି । ନିକଟରେ ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଷ୍ଟେସନରେ ଜରୁରୀ ଜିନିଷ ଓ ବିଶେଷ ଉପହାର ସବୁ ଡେଲିଭରୀ ହୋଇଛି।

ନାସା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସୁନୀତା ୱିଲିୟମ୍ସରଙ୍କର ଏକ ଫଟୋ ସେୟାର କରିଛି, ଯେଉଁଥିରେ ସେ ସାନ୍ତା କ୍ୟାପ୍ ପିନ୍ଧି ଥିବାର ନଜର ଆସିଛନ୍ତି।

ଉଲ୍ଲେଖନୀୟ ଯେ, ମହାକାଶରେ ଖ୍ରୀଷ୍ଟମାସକୁ ସ୍ୱତନ୍ତ୍ର କରିବା ପାଇଁ ଟିମ୍ ପୃଥିବୀରୁ ପଠାଯାଇ ଥିବା ତାଜା ଖାଦ୍ୟର ଆନନ୍ଦ ନେବେ ଏବଂ ଛୁଟିର ଉତ୍ସବ ପାଳିବେ। ଏହାସହ ଖ୍ରୀଷ୍ଟମାସ ପୂର୍ବରୁ ସେ ନିଜ ପରିବାର ଓ ବନ୍ଧୁଙ୍କ ସହ ଭିଡ଼ିଓ କଲ୍‌ରେ କଥାବାର୍ତ୍ତା ହେବେ। କହି ରଖୁଛୁ କି, ସୁନୀତା ୱିଲିୟମ୍ସ ଓ ତାଙ୍କର ସାଥି ବୁଚ୍ ୱିଲମୋର ଗତ ୬ ମାସରୁ ଆଇଏସଏସରେ ଅଛନ୍ତି ଏବଂ ଫେବ୍ରୁଆରୀରେ ପୃଥିବୀକୁ ଫେରିବାକୁ ସ୍ଥିର ହୋଇଛି। ହେଲେ ତାଙ୍କର ମିଶନ ଜୁନ୍‌ରେ କେବଳ ୮ ଦିନ ପାଇଁ ଥିଲା, କିନ୍ତୁ ଟେକ୍ନିକାଲ ଖରାପ କାରଣରୁ ତାଙ୍କର ଫେରିବାରେ ବିଳମ୍ୱ ହୋଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *