ଏହି କାମ କରି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ନିକଟରେ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା । ଏହି ମେଳାରେ ବିଶ୍ୱର କୋଣ ଅନୁକୋଣରୁ ସାଧୁସନ୍ଥଙ୍କ ସମେତ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । କୋଟି କୋଟି ଭକ୍ତଙ୍କ ଭିଡ଼ରେ, ବାବା ଓ ନାଗାସାଧୁଙ୍କ ମଧ୍ୟରେ ଯିଏ ଅଧିକ ଭାଇରାଲ ହେଛନ୍ତି ସେ ହେଲେ ସ୍ୱାଧୀ ହର୍ଷା ରିଚାରିଆ। ମହାକୁମ୍ଭରେ ପହଞ୍ଚିବା ପରେ ସୁନ୍ଦରୀ ହର୍ଷାଙ୍କ ଲୁକକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସ ମିଲିୟନରେ ବୃଦ୍ଧି ପାଇଛି।

ହର୍ଷା ସାଧ୍ୱୀଙ୍କ ପୋଷାକ ପିନ୍ଧି, କପାଳରେ ତିଳକ ଏବଂ ଫୁଲର ମାଳ ପିନ୍ଧି ରଥ ଉପରେ ଚଢ଼ି ମହାକୁମ୍ଭରେ ପହଞ୍ଚିଥିଲେ । ତେବେ ତାଙ୍କ ସୋସିଆଲ ମିଡିଆ ବାୟୋ ଅନୁସାରେ ସେ ଜଣେ ସମାଜସେବୀ ଓ ଇନଫ୍ଲୁଏନସର ହୋଇଥିବାବେଳେ ବର୍ତ୍ତମାନ ସେ ସ୍ୱାଧୀ ବେଶ ଧରି କୁମ୍ଭମେଳାରେ ସାମିଲ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ସୁନ୍ଦରୀ ସ୍ୱାଧୀଙ୍କ ପଛର ସତ। ଆଉ ସେ କେତେ ଟଙ୍କା ରୋଜଗାର କରୁଛନ୍ତି।

ହର୍ଷା ୨ବର୍ଷ ହେଲା ସ୍ୱାଧୀଙ୍କ ଜୀବନ ଅତିବାହିତ କରୁଛନ୍ତି। ସେ କହିଛନ୍ତି, ମୁଁ କେଉଁଠି ବି କହିନି କି ମୁଁ ପିଲାଟିବେଳୁ ସ୍ୱାଧୀ ହୋଇଛି । ଏବେ ବି ମୁଁ ସ୍ୱାଧୀ ନୁହେଁ। ମୁଁ କେବଳ ଦୀକ୍ଷା ନେଇଛି। ଅଭିନୟ, ଆଙ୍କରିଂ ଓ ମଡେଲିଂ ଫିଲ୍ଡରୁ ଏହି ଦୁନିଆକୁ ଆସିଛି । ତେବେ ଏଥିରେ ଖରାପ କ’ଣ? ଯିଏ ହେଲେ ବି ନିଜ ଭାଗ୍ୟ ଅନୁସାରେ ଯେକୌଣସି ସ୍ଥାନକୁ ବି ଆସିପାରିବ। ତେବେ ହର୍ଷାଙ୍କ ରୋଜଗାର ବିଷୟରେ କହିଲେ ସେ ଡେଷ୍ଟିନେଶନ ୱେଡିଂ, ଇନଷ୍ଟାଗ୍ରାମ ଓ ଆଙ୍କରିଂ ଜରିଆରେ ରୋଜଗାର କରୁଛନ୍ତି।

ତାଙ୍କ ପାଖରେ ୪କୋଟି ଟଙ୍କାର ସମ୍ପତ୍ତି ରହିଛି। ହର୍ଷାଙ୍କୁ ବହୁ ଆଧ୍ୟାତ୍ମିକ ଭିଡିଓରେ ମଧ୍ୟ ଦେଖାଯାଇଛି, ଯାହା ପାଇଁ ସେ ଲକ୍ଷାଧିକ ଟଙ୍କା ଚାର୍ଜ ନିଅନ୍ତି। ହର୍ଷାଙ୍କ ଇନଷ୍ଟାଙ୍କ ୧ମିଲିଅନ ଫର୍ଲୋସ ଅଛନ୍ତି। ଏହାକୁ ଦେଖିଲେ ଜଣାପଡୁଛି ଯେ ସେ ଏଥିରେ ବିପୁଳ ପରିମାଣରେ ରୋଜଗାର କରୁଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *