ଧନୁଷଙ୍କ ସହ ନଜର ଆସିବେ କ୍ରିତି ସାନୋନ୍‌

ମୁମ୍ବାଇ: ସାଉଥ ସୁପରଷ୍ଟାର ଧନୁଷଙ୍କ ଅପକମିଂ ଫିଲ୍ମ ‘ତେରେ ଇସ୍କ ମେଁ’ର ଖବରକୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। କିଛି ଦିନ ତଳେ ଧନୁଷଙ୍କ ଅଭିନୀତ ଫିଲ୍ମ ତେରେ ଇସ୍କ ମେଁର ଟିଜର ରିଲିଜ ହୋଇଥିଲା। ଯେଉଁଥିରେ ରହସ୍ୟମୟୀ ମହିଳାଙ୍କୁ ନେଇ ସସପେନ୍ସ ରଖାଯାଇଥିଲା। ଏବେ ନୂଆ ଟିଜର ସହିତ ରହସ୍ୟମୟୀ ମହିଳାଙ୍କ ଚେହେରା ମଧ୍ୟ ସାମ୍ନାକୁ ଆସିଛି। ଏହା ସହ ଫିଲ୍ମର ରିଲିଜ ଡେଟ ମଧ୍ୟ ମେକରର୍ସ ପ୍ରକାଶ କରିଛନ୍ତି।

‘ତେରେ ଇସ୍କ ମେଁ’ର ଦ୍ୱିତୀୟ ଟିଜର ରିଲିଜ ହୋଇଛି। ଯେଉଁଥିରେ ସସପେନ୍ସ ଗର୍ଲଙ୍କ ଉପରୁ ପରଦା ହଟିଛି। ଏହି ଟିଜରରେ କ୍ରିତି ସାନୋନ୍‌ଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି। ଟିଜରରେ କ୍ରିତି ଦଙ୍ଗା ସ୍ଥାନ ଦେଇ ଯାଉଥିବା ଦେଖିବାକୁ ମିଳିଛି। ଏହା ପରେ କ୍ରିତି ତାଙ୍କ ଉପରେ ପେଟ୍ରୋଲ ଢ଼ାଳିବା ମଧ୍ୟ ଦେଖିବାକୁ ମିଳିଛି। ପରେ ମୁହଁରେ ସିଗ୍‌ରେଟ ଲଗାଉଥିବା ବେଳେ ଟିଜରଟି ଶେଷ ହୋଇଛି। ଫିଲ୍ମ ୨୮ ନଭେମ୍ବରରେ ପରଦାକୁ ଆସିବ।

ପ୍ରଥମ ଟିଜରରେ କେବଳ ଅଭିନେତ୍ରୀଙ୍କ ସ୍ୱର ଶୁଣିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଧନୁଷଙ୍କ ସହ ବଲିଉଡ଼ ଅଭିନେତ୍ରୀ କ୍ରିତି ସାନୋନ ନଜର ଆସିବେ। ‘ରାଂଝଣା’ର ପ୍ରାୟ ୧୨ ବର୍ଷ ପରେ ଆନନ୍ଦ ଏଲ ରାୟ ଓ ଧନୁଷ ‘ତେରେ ଇସ୍କ ମେଁ’ ମାଧ୍ୟମରେ ପୁଣିଥରେ ଏକାଠି ହୋଇଛନ୍ତି। ଫିଲ୍ମର ବିଧିବଦ୍ଧ ଘୋଷଣା ଏକ ଟିଜର ମାଧ୍ୟମରେ କରାଯାଇଥିଲା, ଯାହା ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *