ଅମ୍ବାନି ପରିବାର ବିଶ୍ୱର ଅଷ୍ଟମ ଧନୀ ପରିବାର: ୨୩ତମ ସ୍ଥାନରେ ରହିଛି ମିସ୍ତ୍ରୀ ପରିବାର

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରକାଶ ପାଇଛି ବିଶ୍ୱର ଧନୀ ପରିବାର ତାଲିକା । ଏଥର ଏହି ତାଲିକାରେ ଅମ୍ବାନି ପରିବାର ଶ୍ରେଷ୍ଠ ୧୦ ଭିତରେ ସ୍ଥାନ ପାଇଛି। ସେମାନଙ୍କ ପାଖରେ ୯୯.୬ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ତେଣୁ ଅମ୍ବାନୀ ପରିବାର ବିଶ୍ୱର ଅଷ୍ଟମ ସ୍ଥାନରେ ରହିଛି । ବ୍ଲୁମ୍‌ବର୍ଗ ଜାରି କରିଛି ଏହି ତଥ୍ୟ ।

ବିଶ୍ୱର ସବୁଠୁ ବଡ଼ ଧନୀ ପରିବାର ହେଉଛି ୱାଲ୍‌ମାର୍ଟର ପ୍ରତିଷ୍ଠାତା ୱାଲ୍‌ମାର୍ଟ ୱାଲଟନ୍‌ଙ୍କ ପରିବାର। ସେମାନଙ୍କ ପାଖରେ ରହିଛି ୪୩୨.୪ ବିଲିଅନ୍ ଡଲାରର ସମ୍ପତ୍ତି । ୱାଲ୍‌ଟନ୍ ପରିବାରର ସମ୍ପତ୍ତି ବିଶ୍ୱର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସମ୍ପତ୍ତିଠାରୁ ବି ଅଧିକ ବୋଲି ବ୍ଲୁମ୍‌ବର୍ଗ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ଏହି ତାଲିକାରେ ଭାରତରୁ ମୁକେଶ ଅମ୍ବାନିଙ୍କ ପରିବାର ଓ ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ର ମିସ୍ତ୍ରୀ ପରିବାର ନାମ ରହିଛି। ମୁକେଶ ଅମ୍ବାନିଙ୍କ ପରିବାର ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ସେହିପରି ମିସ୍ତ୍ରୀ ପରିବାର ୨୩ତମ ସ୍ଥାନରେ ରହିଛି। ସେମାନଙ୍କ ପାଖରେ ୪୧.୪ ବିଲିଅନ୍ ଡଲାର ସମ୍ପତ୍ତି ରହିଛି ।

ବିଶ୍ୱର ଦ୍ୱିତୀୟ ବଡ଼ ଧନୀ ପରିବାର ହେଉଛି ୟୁନାଇଟେଡ୍ ଆରବ ଏମିରେଟ୍‌ସ (ୟୁଏଇ)ର ଅଲ୍ ନାହ୍ୟାନ୍ ପରିବାର। ସେମାନଙ୍କ ପାଖରେ ୩୨୩.୯ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ଆବୁଧାବିର ଶାସକ ଓ ୟୁଏଇର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଶେଖ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ହେଉଛନ୍ତି ପରିବାରର ମୁଖ୍ୟ। ତାଲିକାର ତୃତୀୟ ସ୍ଥାନରେ ରହିଛି କର୍ତର ଅଲ୍ ଥାନି ପରିବାର। ସେମାନଙ୍କ ସମ୍ପତ୍ତି ୧୭୨.୯ ବିଲିଅନ୍ ଡଲାର ।

ଆଠ ପିଢ଼ି ଧରି ଆଧିପତ୍ୟ ବିସ୍ତାର କରିଥିବା ଏହି ପରିବାରର ସଦସ୍ୟମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦପଦବୀରେ ରହି ଆସିଛନ୍ତି। ସେମାନଙ୍କ ପାଖରେ ହୋଟେଲ୍‌ଠାରୁ ଆରମ୍ଭ କରି ବୀମା କମ୍ପାନି ପର୍ଯ୍ୟନ୍ତ ସମ୍ପତ୍ତି ରହିଛି। ଫ୍ରାନ୍ସର ହର୍ମିସ୍ ପରିବାର ତାଲିକାର ଚତୁର୍ଥ ଏବଂ ଆମେରିକାର କୋଚ୍ ପରିବାର ପଞ୍ଚମ ସ୍ଥାନରେ ରହିଛି। ହର୍ମିସ୍ ପରିବାରର ସମ୍ପତ୍ତି ୧୭୦.୬ ବିଲିଅନ ଡଲାର ହୋଇଥିବା ବେଳେ କୋଚ୍ ପରିବାର ସମ୍ପତ୍ତି ୧୪୮.୫ ବିଲିଅନ୍ ଡଲାର ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *