ନୂଆଦିଲ୍ଲୀ : ଦୁନିଆରେ ଅନେକ ଜୀବଜନ୍ତୁ ରହିଛନ୍ତି। ସେମାନେ ନିଜ ନିଜ ବିଶେଷତ୍ୱ ପାଇଁ ପରିଚିତ । ସେଥିମଧ୍ୟରୁ ଛେଳି ହେଉଛି ଅନ୍ୟତମ । ସାଧାରଣତଃ ଛେଳିମାନେ ଗଛପତ୍ର ଖାଉଥିବା ସମସ୍ତେ ଦେଖିଥିବେ । ହେଲେ ଏମିତି ଛେଳି ଅଛନ୍ତି, ଯେଉଁମାନେ ଘାସ, ପତ୍ର ନୁହେଁ ସାପ ଖାଇଥାନ୍ତି । ବିଶେଷକରି ଏପରି ଛେଳି ପାକିସ୍ତାନରେ ଦେଖିବାକୁ ମିଳିଥାନ୍ତି ।
ଏହି ଛେଳିର ନାଁ ହେଉଛନ୍ତି ମାରଖୋର । ଏହା ହେଉଛି ପାକିସ୍ତାନର ଜାତୀୟ ପଶୁ। ଏହାର଼ ଆକାର ବଡ଼ ଯୋଗୁଁ ଏହାକୁ ଦୁନିଆର ସବୁଠୁ ବଡ ଛେଳି ବୋଲି କୁହାଯାଇଥାଏ । ମାରଖୋର ହେଉଛି ଛେଳିର ଏକ ପ୍ରଜାତି । ଯାହା ବିଶେଷ କରି ପାକିସ୍ତାନ, ଆଫଗାନିସ୍ତାନ, ତାଜିକିସ୍ତାନ ଏବଂ ହିମାଳୟ ଅଞ୍ଚଳରେ ଦେଖାଯାଇଥାନ୍ତି । ଏହି ଛେଳି ସାପ ଶିକାର କରୁଥିବାରୁ ସେମାନଙ୍କୁ ସ୍ନେକ ଇଟର ବା ସାପ ଭୋଜନକାରୀ ମଧ୍ୟ କୁହାଯାଏ । ଏହାର ନାଁ ମଧ୍ୟ ସାପ ସହ ସଂଯୁକ୍ତ । ମାରଖୋର ପ୍ରକୃତରେ ଏକ ପାର୍ସୀ ଶବ୍ଦ । ଏହାର ଅର୍ଥ ହେଉଛି ସାପକୁ ମାରି ଖାଇବା । ମାରଖୋର ସାପକୁ ମାରିପାରେ ପାରଙ୍ଗମ ।
ଏମାନେ ସାପକୁ ମାରି ନିଜକୁ ରକ୍ଷା କରେ ଏବଂ ଏହାକୁ ଖାଇଯାଏ । ମାରଖୋର ସାପକୁ ନିଜ ଶିଙ୍ଗରେ ଆକ୍ରମଣ କରି ଶିକାର କରିଥାଏ । ସେମାନଙ୍କର ଲମ୍ବ ୫୦ ରୁ ୭୫ ଇଞ୍ଚ ଏବଂ ଓଜନ ୧୧୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଏହି କାରଣରୁ ମାରଖୋର କୁହାଯାଏ ବିଶ୍ୱର ସବୁଠାରୁ ବଡ ଛେଳି । ଜଙ୍ଗଲରେ ମିଳୁଥିବା ମାରଖୋରର ପ୍ରକୃତି ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଥାଏ । ଏମାନଙ୍କ ସଂଖ୍ୟା ହ୍ରାସ ଯୋଗୁଁ ଏହାକୁ ୨୦୧୫ରେ ବିଲୁପ୍ତ ପ୍ରାଣୀ ଭାବରେ ସ୍ଥାନିତ କରାଯାଇଥିଲା ।