ବେଲୁନ୍ ଭିତରେ ପଶି ବେଦିକୁ ଆସିଲେ କନିଆଁ,ବର ତଟକା

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି, ଟ୍ରକ୍‌, ଟ୍ରାକ୍ଟର, ହେଲିକପ୍ଟରରେ ବସି ଆସୁଥିବା ଦେଖିଥିବେ ବା ଶୁଣିଥିବେ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ବର ନୁହେଁ, କନିଆଁ ବେଲୁନ୍ ଭିତରେ ପଶି ବେଦିକୁ ଏଣ୍ଟ୍ରି କରୁଥିବା ନଜର ଆସିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କନିଆଁ ବିରାଟକାୟ ବେଲୁନ ଭିତରେ ପଶି ଓଢ଼ଣୀ ଠାଣି ଧୀରେ ଧୀରେ ପାଦ ପକାଇ ଆଗକୁ ବଢ଼ୁଛନ୍ତି । ତାଙ୍କ ଆଗରେ କୃଷ୍ଣ ଓ ରାଧା ବେଶରେ କିଛି କଳାକାର ନାଚି ନାଚି ତାଙ୍କୁ ପାଛୋଟି ଆଣୁଛନ୍ତି। କନିଆଁ କିଛି ଭିନ୍ନ କରିବା ଉଦ୍ଦେଶ୍ୟରେ ଏପରି କରିଛନ୍ତି ହେଲେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ପସନ୍ଦ କରି ନାହାନ୍ତି ।

ଅନେକ ଲୋକେ ନକରାତ୍ମକ କମେଣ୍ଟ ଦେଇଥିବା ବେଳେ ଜଣେ ୟୁଜର ନିଜ ପ୍ରତିକ୍ରିୟା ଲେଖି କହିଛନ୍ତି, ରାଧା, କୃଷ୍ଣ ଶୋ’ ମେଟେରିଆଲ ନୁହଁନ୍ତି, ଏହାକୁ ବନ୍ଦ କରାଯାଉ । ଆଉଜଣେ ମଜାଳିଆ ଅନ୍ଦାଜରେ ଲେଖିଛନ୍ତି କ’ଣ ସେ ଷ୍ଟେଜ୍ ପର୍ଯ୍ୟନ୍ତ ପହଞ୍ଚି ପାରିଲେ? ରାଧା, କୃଷ୍ଣ ବେଶରେ ଏମିତି ନୃତ୍ୟ କରିବା ଭୁଲ ବୋଲି ଆଉ ଜଣେ ୟୁଜର କହିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *