ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍ଅପ୍ ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ସେମିତି ଜଣେ ଯୁବତୀ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ କନ୍ୟା ବେଶରେ ସଜ୍ଜେଇ ହୋଇ ନିଜେ ସାମୀ ସାମୀ ଗୀତର ତାଳେ ତାଳେ ମଣ୍ଡପକୁ ଏଣ୍ଟ୍ରି କରୁଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଦିଶା ବାସନାନୀ ନାମ୍ନୀ ଜଣେ ଯୁବତୀ କନିଆ ବେଶରେ ସଜ୍ଜେଇ ହୋଇଛନ୍ତି । ଆଉ ‘ପୁଷ୍ପା’ ଫିଲ୍ମର ସୁପରହିଟ୍ ଗୀତ ‘ସାମୀ ସାମୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରି କରି ମଣ୍ଡପକୁ ଏଣ୍ଟ୍ରି କରୁଛନ୍ତିି । ଏହାକୁ ଦେଖି ମଣ୍ଡପରେ ଉପସ୍ଥିତ ଥିବା କନ୍ୟା ଓ ବର ପକ୍ଷର ଅତିଥିମାନେ ଖୁବ ମଜା ନେଇଛନ୍ତି । ଲେହେଙ୍ଗାରେ ଦିଶାଙ୍କ ଏହି ଡ୍ୟାନ୍ସ ପରଫର୍ମାନ୍ସ ସମସ୍ତଙ୍କୁ ପସନ୍ଦ ଆସିଛି । ଦିଶାଙ୍କ ଏହି ଦମଦାର ଡ୍ୟାନ୍ସ ଦେଖି ସ୍ୱାମୀ ଭରତ ବାସନାନୀ ଏକଦମ ଖୁସି ହୋଇ ଯାଇଥିଲେ । ଦିଶାଙ୍କ ଡ୍ୟାନ୍ସରେ ସେ ତାଳି ମାରି ଖୁବ ଖୁସି ବ୍ୟକ୍ତ କରିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ତେବେ ୪.୮୪ ଲକ୍ଷ ୟୁଜର ଏହାକୁ ପସନ୍ଦ କରିଥିବା ବେଳେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।