ସିଙ୍ଗଡା ଖାଇଥିବା ଲୋକଙ୍କୁ ଖୋଜି ବାହାର କଲା ସିଆଇଡି

ସିମଲା: ସମଗ୍ର ପୋଲିସ ପ୍ରଶାସନର ନିଦ ହଜାଇଲା ସିଙ୍ଗଡ଼ା । ସିଙ୍ଗଡା ଖାଇଥିବା ଲୋକଙ୍କୁ ଖୋଜି ବାହାର କଲା ସିଆଇଡି । ଆଜ୍ଞା ହଁ, କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶରେ ମଧ୍ୟ ଏଭଳି ଘଟଣା ଘଟିଛି। ଆଜିକାଲି ହିମାଚଳ ରାଜନୀତିରେ ସିଙ୍ଗଡ଼ାକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସିଙ୍ଗଡ଼ାକୁ ଖାଇଦେଲେ ଷ୍ଟାଫ୍ । ଏହି ଘଟଣାକୁ ନେଇ ରାଜ୍ୟ ସିଆଇଡ଼ି ଅନୁସନ୍ଧାନ ଚଳାଇଛି । ଏନେଇ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କେବଳ ଏତିକି ନୁହେଁ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି।


ଗତ ୨୧ ତାରିଖରେ ରାଜ୍ୟ ସିଆଇଡି ଅଫିସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାହାରୁ ସିଙ୍ଗଡା ଓ କେକ୍ ଅଣାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଖାଇବା ସମୟରେ ଖାଦ୍ୟ ନ ଥିଲା । ଯାହା ପରେ ସିଆଇଡି କର୍ତ୍ତୃପକ୍ଷ ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ । ଭୁଲବଶତଃ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ସିଙ୍ଗଡା ଓ କେକ ସେଠାରେ ଉପସ୍ଥିତ ଷ୍ଟାଫମାନଙ୍କୁ ବଣ୍ଟାଯାଇଥିବା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିଲା । ଏହି ଘଟଣାଟି ଏବେ ରାଜ୍ୟ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସିଆଡି ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ଖାଦ୍ୟ ଜଣେ ମହିଳା ଅଧିକାରୀଙ୍କୁ ସର୍ଭ କରିବା ପାଇଁ ଦିଆଯାଇଥିଲା । କିନ୍ତୁ ସେ କାହାରିକୁ ନ ପଚାରି ସେ ଖାଦ୍ୟକୁ ଅନ୍ୟ ଷ୍ଟାଫଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ଘଟଣାଟିରେ ପ୍ରଶାସନିକ ତ୍ରୁଟି ଜଣାପଡୁଥିବାବେଳେ ସିଆଇଡି ରିପୋର୍ଟ ମୁତାବକ ଏହା ସରକାରୀ ବିରୋଧୀ କାର୍ଯ୍ୟ । ଯାହାକୁ ନେଇ ଘଟଣାଟି ଏବେ ଗମ୍ଭୀର ରୂପ ଧାରଣ କଲାଣି । ଘଟଣା ସମ୍ପର୍କରେ ରାଜ୍ୟ ସରକାର ସିଆଇଡିକୁ ପଚରା ଉଚରା କରିବା ପରେ ସମାନ ଘଟଣା ଭବିଷ୍ୟତରେ ନ ଘଟିବା ଲାଗି ପରାମର୍ଶ ଦେଇଛନ୍ତି ।


ଏହି ଘଟଣାକୁ ନେଇ ଭାଜପା ନିନ୍ଦା କରିଛି । ଭାଜପା କହିଛି, ରାଜ୍ୟ ସରକାରଙ୍କୁ ରାଜ୍ୟର ବିକାଶ ଚିନ୍ତା ନାହିଁ । ତାଙ୍କୁ କେବଳ ଖିଆପିଆ ଚିନ୍ତା ଘାରିଛି । ଲୋକଙ୍କ ଦୁଃଖ କଷ୍ଟର ସମାଧାନ କରିବା ବଦଳରେ ସରକାରଙ୍କୁ କିନ୍ତୁ ସିଙ୍ଗଡା ଚିନ୍ତା ବେଶୀ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *