ନୂଆଦିଲ୍ଲୀ: ଏପରି ଏକ ଦେଶ ଅଛି ଯେଉଁଠାରେ ମଣିଷଙ୍କ ସଂଖ୍ୟା ଠାରୁ ବିଲେଇଙ୍କ ସଂଖ୍ୟା ଅଧିକ। ଏହି ଦେଶର ରାସ୍ତାରେ ଅଧିକ ସଂଖ୍ୟାର ବିଲେଇ ଦେଖିବାକୁ ମିଳନ୍ତି।ଏମାନେ ମଣିଷଙ୍କ ସହ ଭଲ ଭାବରେ ମିଶି ଯାଆନ୍ତି।
ସେହି ସ୍ଥାନ ହେଉଛି ‘ସାଇପ୍ରସ୍’। ଭୂମଧ୍ୟସାଗରର ଏକ ସୁନ୍ଦର ଦ୍ୱୀପ ହେଉଛି ସାଇପ୍ରସ୍। ଯିଏ ନିଜର ପ୍ରାକୃତିକ ସୁନ୍ଦରତା ଏବଂ ଐତିହାସିକ ସ୍ଥାନ ପାଇଁ ବେଶ ଜଣାଶୁଣା। ହେଲେ ସେହି ଦ୍ୱୀପର ଏକ ଅଲଗା ବିଶେଷ୍ୱତ ରହିଛି। କହିବାକୁ ଗଲେ ଏଠାରେ ମଣିଷଙ୍କ ସଂଖ୍ୟା ଠାରୁ ବିଲେଇ ସଂଖ୍ୟା ଅଧିକ। ଯାହା ପାଇଁ ଏହି ଦ୍ୱୀପକୁ କ୍ୟାଟ୍ସ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଏ।
ଏଠାକୁ ବିଲେଇ ଆସିବାର ଅନେକ କାହାଣୀ ରହିଛି। ଏକ କାହାଣୀ ଅନୁସାରେ ପ୍ରାଚୀନ ମିତ୍ର ଦ୍ୱାରା ବିଲେଇଙ୍କୁ ସାଇପ୍ରସ୍ ଅଣାଯାଇଛି। ରୋମନ ମହାରାଣୀ ହେଲେନା ମଧ୍ୟ ବିଷଧର ସାପଙ୍କ ସହ ମୁକାବିଲା କରିବା ପାଇଁ ବିଲେଇଙ୍କୁ ସାଇପ୍ରସ୍ ଆଣିଥିଲେ।
ପୁରୁଣା କଥାବସ୍ତୁକୁ ଦେଖିଲେ ଜଣାପଡ଼େ କି ୯ ହଜାର ୫ଶହ ବର୍ଷ ପୁରୁଣା ସମ୍ପର୍କ ବିଲେଇ ଏବଂ ମଣିଷଙ୍କର। ଯାହାର ଅର୍ଥ ଏଠାରେ ବିଲେଇ ବହୁ ଲମ୍ବା ସମୟରୁ ଏଠାରେ ରହି ଆସୁଛନ୍ତି।
ସାଇପ୍ରସ୍ର ବିଲେଇ ସ୍ୱାଧୀନତାରେ ବୁଲନ୍ତି। ବିଲେଇଙ୍କୁ ଘରେ ପୋଷା ଭାବେ ରଖାଯାଏ ଏବଂ ରାସ୍ତାରେ ସେମାନେ ମଧ୍ୟ ନର୍ଭୟରେ ସ୍ୱାଧୀନତାରେ ବୁଲନ୍ତି। ସେଠାର ଲୋକ ବିଲେଇଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କର ରକ୍ଷଣାବେକ୍ଷଣା କରନ୍ତି। ଅନେକ ରେସ୍ତରାଂ ଏବଂ କ୍ୟାଫେରେ ବିଲେଇଙ୍କ ପାଇଁ ଖାଇବା, ପିଇବା ବ୍ୟବସ୍ଥା ମଧ୍ୟ କରାଯାଇଛି।