ସାମ୍ନାକୁ ଆସିଲା ସତ୍ୟତା: ଚରଣାମୃତ କି ଏସି ପାଣି ନୁହେଁ, ଡ଼୍ରେନ ପାଣି ପିଉଛନ୍ତି ଭକ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ମନ୍ଦିରର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଭକ୍ତମାନେ ହାତୀ ମୁହଁରୁ ବାହାରୁଥିବା ପାଣି ପିଉଥିବାର ନଜର ଆସିଛନ୍ତି। ଏହାକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ରଖିଛନ୍ତି । କେହି କେହି ଏହି ଜଳକୁ ଚରଣାମୃତ କହୁଥିବା ବେଳେ ଆଉ କିଏ ଏହାକୁ ଏସି ପାଣି କହୁଛନ୍ତି। ହେଲେ ଏହାର ସତ୍ୟତା ଏବେ ସାମ୍ନାକୁ ଆସିଛି । ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବାଙ୍କେ ବିହାରୀ ମନ୍ଦିରରୁ ବାହାରୁଥିବା ପାଣି ଚରଣାମୃତ ନା ଏସି ପାଣି ସେ ସମ୍ପର୍କରେ ମନ୍ଦିରର ପୁରୋହିତ ଶାଲୁ ଗୋସ୍ୱାମୀ କହିଛନ୍ତି, ଯେଉଁମାନେ ଏହାକୁ ଏସି ପାଣି ବୋଲି କହୁଛନ୍ତି ସେମାନେ ମୂର୍ଖ। ଯେଉଁମାନେ ଏହି ଗୁଜବ ପ୍ରଚାର କରିଛନ୍ତି, ସେମାନେ ଧର୍ମକୁ ପରିହାସ କରୁଛନ୍ତି । ମନ୍ଦିରର ଗର୍ଭ ଗୃହରେ କୌଣସି ବୈଦ୍ୟୁତିକ ଉପକରଣ ବ୍ୟବହାର କରାଯାଇ ନାହିଁ । ଏହା ସାଧାରଣ ଜଳ ନୁହେଁ। ଯେତେବେଳେ ବାଙ୍କେ ବିହାରୀଙ୍କୁ ସ୍ନାନ କରାଯାଏ କିମ୍ବା ଗର୍ଭ ସଫା କରାଯାଏ, ତେବେ ଏହି ଜଳ ଏହି ଡ୍ରେନ ମାଧ୍ୟମରେ ବାହାରିଥାଏ। ଏହା ହେଉଛି ସେହି ଜଳ ଯେଉଁଥିରେ ଆମର ପ୍ରିୟ ଭଗବାନ ସ୍ନାନ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *