ଗିରଫ ଭୟରେ ଭାରତ ଫେରୁନାହାନ୍ତି ଡ୍ରାମା କୁଇନ

ମୁମ୍ବାଇ: ଭାରତ ଆସୁନାହାନ୍ତି ବଲିଉଡ଼ର ଡ୍ରାମା କୁଇନ୍ ରାଖୀ ସାୱନ୍ତ । ଗିରଫ ଭୟରେ ସେ ଭାରତ ଫେରୁ ନ ଥିବା ନିଜେ ରାଖୀ କହିଛନ୍ତି । ଯଦି ପୋଲିସ ମୋତେ ଗିରଫ କରେ, ତେବେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ ଓ ଶାହରୁଖ ଖାନ ତୁରନ୍ତ ମୋତେ ଜାମିନ କରାଇ ଦେବେ । ହେଲେ କାହାଠାରୁ ଏବେ ସାହାଯ୍ୟ ମାଗିବେ ନାହିଁ ବୋଲି କହିଛନ୍ତି ରାଖୀ। ଜାତୀୟ ଗଣମାଧ୍ୟମ ‘ଇନଷ୍ଟାଣ୍ଟ’ ବଲିଉଡକୁ ସାକ୍ଷାତକାର ଦେଇ ରାଖୀ ଭାରତକୁ ନଫେରିବାର କାରଣ କହିଛନ୍ତି।

ରାଖୀ କହିଛନ୍ତି ଯେ, କିଛି ମାସ ହେବ ମୁଁ ଦୁବାଇରେ ରହୁଛି । ମୁଁ ଭାରତ ଫେରିବି ,ହେଲେ ଏବେ ନୁହେଁ । କିଛି ସମୟ ଲାଗିବ । ମୋ ବିରୋଧରେ ବିଚାରଧୀନ ଥିବା ମାମଲା ପାଇଁ ପୋଲିସ ମୋତେ ଗିରଫ କରିପାରେ। ମୁଁ କାହାର ସାହାଯ୍ୟ ନେବାକୁ ଚାହୁଁନାହିଁ । ଏହା ମୋର ଲଢ଼େଇ। ସଲମାନ ଖାନ, ଫରାହ ଖାନ ଏବଂ ଶାହରୁଖ ଖାନ ଗୋଟିଏ ସେକେଣ୍ଡରେ ମୋତେ ଜାମିନ ଦେଇପାରିବେ। କିନ୍ତୁ ମୁଁ କାହାକୁ ସାହାଯ୍ୟ ମାଗୁନାହିଁ। କେତେ ଦିନ ଆଉ ସମସ୍ତଙ୍କ ଆଗରେ ହାତ ପତେଇବି? କେତେ ଦିନ ଆଉ ଭିକ ମାଗିବି? ମୁଁ ଏବେ ଭିକାରୁଣୀ ହୋଇଗଲିଣି ବୋଲି କହିଛନ୍ତି ରାଖୀ ।

ଉଲ୍ଲେଖଯୋଗ୍ୟ, ରାଖୀ ଏବଂ ତାଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ମଧ୍ୟରେ ଏକାଧିକ ଆଇନଗତ ଲଢ଼େଇ ଚାଲିଛି। ଆଦିଲଙ୍କ ଅଶ୍ଳୀଳ ଭିଡିଓ ରିଲିଜ କରିଥିବା ଅଭିଯୋଗରେ ରାଖୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିବାଦପୂର୍ଣ୍ଣ ଛାଡପତ୍ର କାରଣରୁ ଏହି ଯୋଡି ୨୦୨୩ରେ ଖୁବ ଚର୍ଚ୍ଚାରେ ରହିଥିଲେ। ରାଖୀଙ୍କ ବିରୋଧରେ ସମ୍ପତ୍ତି ଠକେଇ ଅଭିଯୋଗ ମଧ୍ୟ କରିଛନ୍ତି ପୂର୍ବତନ ସ୍ୱାମୀ ଆଦିଲ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *