ଏମିତି ଦେଶ; ଯେଉଁଠି ଝିଅକୁ ବିବାହ କରନ୍ତି ବାପା

ଭିନ୍ନ ଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ନିୟମ ରହିଥାଏ । ଆଉ ସେହି ନିୟମ ଅନୁଯାୟୀ ଲୋକଙ୍କୁ କାମ କରିବାକୁ ପଡ଼ିଥାଏ । ଯଦି କେହି ଆଇନ ବାହାରେ କାମ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତାହା ବେଆଇନ୍ ବିବେଚନା କରାଯାଇଥାଏ । ସେହିପରି ପୁଅଝିଅ ବିବାହ ନେଇ ବୟସ ମଧ୍ୟ ସ୍ଥିର ହୋଇଥାଏ । ଯଦି କେହି ସ୍ଥିର ହୋଇଥିବା ନିର୍ଦ୍ଧାରିତ ବୟସରେ ବିବାହ କରନ୍ତି ତାହାକୁ ମଧ୍ୟ ବେଆଇନ ମନାଯାଏ । କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ବିବାହକୁ ନେଇ ଅଜବ ନିୟମ ଧାର୍ଯ୍ୟ ହୋଇଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଠାରେ ଜଣେ ପିତା ମଧ୍ୟ ତାଙ୍କ ଝିଅକୁ ବିବାହ କରିଥାନ୍ତି । ଏହି ନିୟମ ପରମ୍ପରା ଧାରା ଅନୁସାରେ ନୁହେଁ ବରଂ ଏଠାକାର ସରକାର ଅନୁମତି ଦେଇଛନ୍ତି ।

ପ୍ରତ୍ୟେକ ବାପାମାଆଙ୍କ ପାଇଁ ସନ୍ତାନ ପ୍ରାପ୍ତି ଏକ ବଡ଼ ଖୁସିର ବିଷୟ । ପିଲାଟିଏ ପାଇବା ପାଇଁ ପିତାମାତା ଇଚ୍ଛା କରନ୍ତି । କିନ୍ତୁ କିଛି ଲୋକ ବାପାମାଆ ହେବାରୁ ବଞ୍ଚିତ ହୋଇଥାନ୍ତିି । ତେଣୁ ସେମାନେ ବାଧ୍ୟ ହୋଇ ପୋଷ୍ୟ ସନ୍ତାନ ଗ୍ରହଣ କରିଥାନ୍ତି । ତେଣୁ ଅବିବାହିତ ବ୍ୟକ୍ତି ଯେଉଁମାନେ ବିବାହ କରିବାକୁ ଇଚ୍ଛା କରନ୍ତି ନାହିଁ ସେମାନେ ମଧ୍ୟ ସନ୍ତାନ ଗ୍ରହଣ କରିଥାନ୍ତି । ପୋଷ୍ୟ ସନ୍ତାନମାନଙ୍କୁ ନିଜ ଛୁଆ ପରି ଯତ୍ନ ନେବା ସହ ଭଲ ପାଇବା ଦେଇଥାନ୍ତି । ହେଲେ ଇରାନରେ ଏହି ପ୍ରସଙ୍ଗ ପୁରା ଭିନ୍ନ । ଏଠାରେ ଗୋଟେ ପିତା ପୋଷ୍ୟ କନ୍ୟାକୁ ବିବାହ କରିପାରିବେ । ତେବେ ଦୁନିଆର ଅନ୍ୟ କୌଣସି ଦେଶରେ ଏପରି ଲଜ୍ଜାଜନକ ନିୟମ ନାହିଁ । ୨୦୧୩ରେ ଇରାନର ତତ୍କାଳୀନ ସରକାର ଏହି ନିୟମ ପ୍ରଣୟନ କରିଥିଲେ । ଭାରତରେ ଝିଅମାନଙ୍କ ପାଇଁ ବିବାହର ସରକାରୀ ବୟସ ୧୮ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ ସ୍ଥିର କରାଯାଇଛି । ହେଲେ ଇରାନରେ ୯ରୁ ୧୩ ବର୍ଷର ଝିଅମାନେ ମଧ୍ୟ ବିବାହ କରିପାରିବେ । ସେହିପରି ପୁଅମାନେ ୧୫ ବର୍ଷ ବୟସରେ ବିବାହ କରିପାରିବେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *