ଦିନକୁ ୩ ଥର ରଙ୍ଗ ବଦଳାଉଛି ଫୁଲ

ନୂଆଦିଲ୍ଲୀ: ବିଶ୍ୱର ବିସ୍ମୟ । ଭଗବାନଙ୍କ ସୃଷ୍ଟିରେ ଏ ସଂସାରରେ ଏମିତି କିଛି ବିଚିତ୍ର ବିଷୟ ରହିଛି, ଯାହାକୁ ଭେଦ କରିବାକୁ ମଣିଷ ପାଖେ ଅସମ୍ଭବ । ପ୍ରକୃତିର ଏମିତି ଏକ ବୈଚିତ୍ର‌୍ୟ ହେଲା ଦିନକରେ ତିନିଥର ରଙ୍ଗ ବଦଳାଉଥିବା ଫୁଲ । ଏହି ନିଆରା ଉଦ୍ଭିଦ ହେଉଛି ହିବିସ୍‌ସ୍କସ୍ ମୁଟାବିଲିସ୍ । ଏହାକୁ ପୃଥିବୀର ପଦ୍ମ ବୋଲି ମଧ୍ୟ କୁହାଯାଇଥାଏ । ସବୁଠୁ ବଡ଼ କଥା ଏହି ଗଛର ଚାହିଦା ଏବେ ଅଧିକ । ଲୋକେ ଏହାକୁ ନିଜ ବଗିଚାରେ ଲଗାଇବାକୁ ବେଶୀ ପସନ୍ଦ କରୁଛନ୍ତି ।

ସାଧାରଣତଃ ପଦ୍ମ ଫୁଲ ପାଣିରେ ଫୁଟିଥାଏ, କିନ୍ତୁ ଏହି ବିଶେଷ ପ୍ରକାରର ପଦ୍ମ ଫୁଲ ଗଛ ମାଟିରେ ବଢ଼ିଥାଏ । ଏହି ଉଦ୍ଭିଦର ଏକ ଅନନ୍ୟ ବୈଶିଷ୍ଟ୍ୟ ରହିଛି । ଏହାର ଫୁଲ ଦୈନିକ ୩ ଥର ରଙ୍ଗ ବଦଳାଇଥାଏ । ଏହାର ରଙ୍ଗ ସକାଳେ ଧଳା, ଅପରାହ୍ନରେ ଗୋଲାପୀ ଏବଂ ସନ୍ଧ୍ୟାରେ ଗାଢ଼ ଲାଲ ହୋଇଯାଇଥାଏ । ଉକ୍ତ ଚମତ୍କାର ରଙ୍ଗ ପରିବର୍ତ୍ତନ ବୈଶିଷ୍ଟ୍ୟ ହେତୁ, ଭାରତରେ ମଧ୍ୟ ଏହି ଫୁଲ ଗଛ ବେଶ୍ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ।

ଲୋକମାନେ ଏହାକୁ ଅନଲାଇନ୍ କିମ୍ବା ସ୍ଥାନୀୟ ନର୍ସରୀରୁ ଅଧିକ ମାତ୍ରାରେ ଅର୍ଡର କରି ନିଜ ବଗିଚାରେ ଲଗାଇବାକୁ ଆରମ୍ଭ କରିଛନ୍ତି । ହିବିସସ୍କସ୍ ମୁଟାବିଲିସ୍ ପ୍ରଜାତି ଉଦ୍ଭିଦର ଫୁଲଗୁଡ଼ିକ ସକାଳେ ଧଳା ରଙ୍ଗର ହୋଇଯାଏ, ଯାହା ଶାନ୍ତି ଏବଂ ଶୁଦ୍ଧତାର ପ୍ରତୀକ ଅଟେ । ମଧ୍ୟାହ୍ନ ସୁଦ୍ଧା ଫୁଲର ରଙ୍ଗ ଗୋଲାପୀ ହୋଇଯାଇଥାଏ ଯାହା ପ୍ରେମ ଏବଂ କୋମଳତାକୁ ପ୍ରତିପାଦିତ କରିଥାଏ । ସନ୍ଧ୍ୟା ପାଖେଇ ଆସିବା ପରେ ଏହି ଫୁଲର ରଙ୍ଗ ଗଭୀର ଲାଲ୍ ହୋଇଯାଏ ଯାହା ଶକ୍ତିର ପ୍ରତୀକ ହୋଇଥାଏ । ତେଣୁ ଲୋକମାନେ ଏହି ଫୁଲ ଗଛକୁ ନିଜ ବଗିଚାରେ ଲଗାଇବାକୁ ଚାହିଁଥାନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *