ରେଷ୍ଟୁରାଣ୍ଟରେ ସୋନିଆ, ରାହୁଲ ଓ ପ୍ରିୟଙ୍କା କରିଲେ ଭୋଜନ

ନୂଆଦିଲ୍ଲୀ: ଛୋଲେ ଭଟୁରେର ମଜା ନେଲେ ଗାନ୍ଧୀ ପରିବାର । ନିଜର କାର୍ଯ୍ୟବ୍ୟସ୍ତତାରୁ ଟିକେ ସମୟ ବାହାର କରି ଏକାଠି ହୋଇଛନ୍ତି ଗାନ୍ଧୀ ପରିବାର । ଦିଲ୍ଲୀର ଏକ ରେଷ୍ଟୁରାଣ୍ଟକୁ ଯାଇ ବିଭିନ୍ନ ଖାଦ୍ୟର ମଜା ନେଇଛନ୍ତି । ରାଜନୈତିକ ଦୃଷ୍ଟିରୁ ଦୂରରେ ରହି ପରିବାର ସହ ଏହି ମୁହୂର୍ତ୍ତକୁ ଉପଭୋଗ କରିଥିଲେ ପୁରା ଗାନ୍ଧୀ ପରିବାର। ଯାହାର ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ଧରି ସଂସଦରେ ବିଜେପି ସହ ଚାଲିଥିବା ରାଜନୈତିକ ଛକାପଞ୍ଝା ପରେ ଏବେ ଟିକେ ବିରତି ନେଇଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ତେବେ ଗତ ରବିବାର ନିଜ ପରିବାର ସହ ଉତ୍ତମ ସମୟ କାଟିବା ପାଇଁ ଗାନ୍ଧୀ ପରିବାର ଦିଲ୍ଲୀର କ୍ୱାଲିଟି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ । ବିରୋଧି ଦଳ ନେତା ରାହୁଲଙ୍କ ସହ ତାଙ୍କ ମା ସୋନିଆ ଗାନ୍ଧୀ, ପ୍ରିୟଙ୍କାଙ୍କ ସହ ତାଙ୍କ ସ୍ୱାମି ରବର୍ଟ ଭଦ୍ରା, ଝିଅ ମିରାୟା ଭଦ୍ରା ଓ ଶାଶୁ ଏକାଠି ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ। ରେଷ୍ଟୁରାଣ୍ଟର ପ୍ରସିଦ୍ଧ ଛୋଲେ ଭଟୁରେ ସହିତ ଅନ୍ୟାନ୍ୟ ଖାଦ୍ୟ ମଗାଇ ଖାଇଥିଲେ।

ରାହୁଲ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏହି ସମୟର କିଛି ଫଟୋ ସେୟାର କରିଛନ୍ତି । ଫଟୋରେ ଉଭୟ ପରିବାର ସାଙ୍ଗ ହୋଇ ବସିଥିବା ବେଳେ ଖାଦ୍ୟକୁ ଉପଭୋଗ କରୁଥିବା ଦେଖାଦେଇଛି। ଗୋଟିଏ ଫଟୋରେ, ରବର୍ଟ ଭଦ୍ରା ଏକ ବଡ଼ ଭଟୁରାର ସହିତ ଦେଖିବାକୁ ମିଳିଥିବାବେଳେ ଅନ୍ୟଟିରେ ସୋନିଆ ଗାନ୍ଧୀ ମଧ୍ୟ ତାଙ୍କ ସାମ୍ନାରେ ଭଟୁରା ଉପରେ ନଜର ରଖି ହସୁଥିବା ନଜର ଆସିଛନ୍ତି ।

ଦିଲ୍ଲୀରେ ଥିବା ଏହି କ୍ୱାଲିଟି ରେଷ୍ଟୁରାଣ୍ଟ ବେଶ୍ ଲୋକପ୍ରିୟ । ଏହି ରେଷ୍ଟୁରାଣ୍ଟ ଏକ ସମୃଦ୍ଧ ଇତିହାସ ରହିବା ସହ ନିଜ ବହୁ ଦେଶୀୟ ଖାଦ୍ୟ ପାଇଁ ଏହା ଖୁବ୍ ଜଣାଶୁଣା। ଏଠାରେ ପରସା ଯାଉଥିବା ଛୋଲେ ଭଟୁରେର ଚାହିଦା ଅଧିକ । ତେବେ ଅନେକ ସେଲିବ୍ରିଟି ଏହି ଛୋଲେ ଭଟୁରେ ଖାଇବାକୁ ଏଠାକୁ ଆସିଥାନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *