ବେକରୁ ଟଙ୍କା ମାଳ ଛିଣ୍ଡାଇ ଚମ୍ପଟ ମାରୁଥିବା ଚୋରକୁ କାବୁ କଲେ ବର

ନୂଆଦିଲ୍ଲୀ: ବର ପାଲଟିଲେ ସୁପରମ୍ୟାନ । ବେକରୁ ଟଙ୍କା ମାଳ ଛିଣ୍ଡାଇ ନେଇ ଚମ୍ପଟ ମାରୁଥିବା ଚୋରକୁ ଫିଲ୍ମ ଷ୍ଟାଇଲରେ ସୁପରମ୍ୟାନ ଭଳି କାବୁ କଲେ ବର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମେରୁଟର ଡୁଙ୍ଗରାବଲି ଗ୍ରାମରେ । ଏହାର ଏକ ଭିଡ଼ିଓ ଏବେ ସୋସିିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି , ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛି ।

ଘଟଣାଟି ହେଉଛି ଏପରି, ଉତ୍ତରପ୍ରଦେଶର ମେରୁଟର ଡୁଙ୍ଗରାବଲି ଗ୍ରାମର ଜଣେ ଯୁବକ ବର ବେଶରେ ବରଯାତ୍ରୀଙ୍କୁ ନେଇ ବିବାହ କରିବାକୁ ଯାଉଥିଲେ । ପରମ୍ପରା ଅନୁଯାୟୀ ବର ନୋଟର ମାଳ ପିନ୍ଧି ଘୋଡ଼ାରେ ଚଢ଼ି କନିଆଁ ଘର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତଙ୍କ ନଜର ବରଙ୍କ ବେକରେ ପଡ଼ିଥିବା ଟଙ୍କା ମାଳ ଉପରେ ପଡ଼ିଲା । ସେ ଅତି ଚତୁରତାର ସହ ତାକୁ ଛିଣ୍ଡାଇ ଘଟଣାସ୍ଥଳରୁ ଏକ ମିନି ଟ୍ରକ ଯୋଗେ ଚମ୍ପଟ ମାରିଥିଲା। ପରେ ବର ଆଗପଛ ନ ବିଚାରି ଚୋରକୁ ଧରିବା ପାଇଁ ଜଣଙ୍କ ବାଇକ ପଛରେ ବସି ଗୋଡ଼ାଇ ଥିଲେ। କିଛି ବାଟ ଯିବା ପରେ ବର ଫିଲ୍ମ ଷ୍ଟାଇଲ୍‌ରେ ମିନିଟ୍ରକ ଉପରେ ଚଢ଼ିଥିଲେ । ପରେ ଝରକା ଦେଇ ଗାଡ଼ି ଭିତରେ ପଶି ମିନି ଟ୍ରକ ଚାଳକ ଓ ଚୋରକୁ କାବୁୂ କରିବାରେ ସକ୍ଷମ ହୋଇଥିଲେ। ବରଯାତ୍ରୀମାନେ ବି ଘଟଣାସ୍ଥଳରେ ପହଞ୍ଚି ମିଶିକି ଚୋରକୁ କାବୁ କରି ରାସ୍ତା ଉପରେ ନିସ୍ତୁକମାଡ଼ ମାରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଧରି ଥାନାକୁ ନେଇଯାଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ବରକୁ ସାବାସି ଦେଇଥିବା ବେଳେ ଆଉ କିଛି ରାସ୍ତାରେ ବର ପାଲଟିଲେ ସୁରପମ୍ୟାନ । ଚୋରକୁ କଲେ କାବୁ ବୋଲି କହିିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *