ବିବାହ କରିବାକୁ ମନା କରିବାରୁ ରାଗିଯାଇ ବରର ନିଶ କାଟିଦେଲେ

ରାଜସ୍ଥାନ: ବିବାହ କରିବାକୁ ମନା କରିବାରୁ କନିଆଁଘର ଲୋକେ ରାଗିଯାଇ ବରର ନିଶ କାଟି ଦେଇଛନ୍ତି । ଏନେଇ ପୁଅ ଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।

ରାଜସ୍ଥାନର କରୌଲିର ଜଣେ ଯୁବତୀଙ୍କ ବିବାହ ତୋଡ଼ାଭିମ୍ ଅଞ୍ଚଳର ଜଣେ ଷ୍ଟେସନ ମାଷ୍ଟରଙ୍କ ସହ ସ୍ଥିର ହୋଇଥିଲା । ହେଲେ ନିର୍ବନ୍ଧ ଦିନ ଯୁବତୀଙ୍କୁ ଦେଖିବା ପରେ ପୁଅର ପସନ୍ଦ ହୋଇ ନ ଥିଲା। ଆଉ ସିଧା ସିଧା ବିବାହ କରିବାକୁ ମନା କରିଦେଲେ । ଏହି କଥାରେ ରାଗିଗଲେ ଝିଅ ଘରଲୋକ। ରାଗରେ ବରକୁ ନିର୍ଧୁମ ଛେଚିବା ସହ ବରର ନିଶ କାଟିଦେଲେ। ପୁଅଘର ଲୋକଙ୍କ କହିବା କଥା, ଆମକୁ ଠକି ଦିଆଯାଇଛି। ପ୍ରସ୍ତାବ ପଡ଼ିଥିବା ସମୟରେ ଯେଉଁ ଝିଅକୁ ଦେଖାଯାଇଥିଲା ଏ ସେ ଝିଅ ନୁହେଁ। ଫଟୋରେ ଅନ୍ୟଜଣେ ଝିଅ ଥିଲେ। ଆମକୁ ଗୋଟେ ଫଟୋ ଦେଖାଇ ଆଉ ଜଣେ ଝିଅ ସହ ବିବାହ କରାଯାଉଛି। ଯାହାପରେ ଉଭୟ ପରିବାର ମଧ୍ୟରେ ଯୁକ୍ତତର୍କ ହୋଇଥିଲା।

ମଧ୍ୟସ୍ଥି ମାନଙ୍କୁ ମଧ୍ୟ ଡ଼କାଗଲା। ହେଲେ କୌଣସି ସମାଧାନ ହୋଇପାରିଲା ନାହିଁ। ଫଳରେ ଝିଅ ଘରଲୋକ ଉତ୍ତ୍ୟକ୍ତ ହୋଇ ପୁଅକୁ ମାଡ଼ ମାରିବା ସହ ତାଙ୍କର କେଶ ଓ ନିଶକୁ କାଟିଦେଇଥିଲେ। ପରେ ପୁଅ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *