ଦ୍ରୁତଗତିରେ ହିମାଳୟ ତରଳିବା ନେଇ ଚିନ୍ତା ପ୍ରକଟ କଲା ଏନ୍‌ଜିଟି

ନୂଆଦିଲ୍ଲୀ:ଦ୍ରୁତଗତିରେ ତରଳିବାରେ ଲାଗିଛି ହିମାଳୟ । ଏଥିଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା ବଢ଼ିଛି। ଏନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ଗତ ୧୩ ବର୍ଷ ମଧ୍ୟରେ ହିମାଳୟର ହିମହ୍ରଦଗୁଡ଼ିକ ୧୦.୮୧% ବୃଦ୍ଧିପାଇଛି। ହିମବାହ ତରଳିବା କାରଣରୁ ବୃହତ୍ ହିମହ୍ରଦ ସୃଷ୍ଟି ହେଉଛି। ସେଗୁଡ଼ିକରେ ଅଧିକ ପରିମାଣର ଜଳ ଜମା ହେଉଥିବାରୁ ବନ୍ୟା ଓ ହିମସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧିପାଉଛି। ନିକଟରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଏନ୍‌ଜିଟି ନିଜ ଆଡ଼ୁ ମାମଲା ରୁଜୁ କରିଛିି।

୧୯ରେ ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ କହିଥିଲେ, ୨୦୧୧ରୁ ୨୦୨୪ ମଧ୍ୟରେ ଭାରତରେ ହିମହ୍ରଦର ଉପରଭାଗ ଅଞ୍ଚଳ ୩୩.୭% ବୃଦ୍ଧି ପାଇଛି। ହଠାତ୍ ହିମହ୍ରଦରେ ଆସୁଥିବା ବନ୍ୟା ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ଜୀବନକୁ ବିପନ୍ନ କରିବା ସହ ଭିତ୍ତିଭୂମି ଓ ଜୈବବିବିଧତାକୁ ନଷ୍ଟ କରିଦେଉଛି। ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଓ ଅରୁଣାଚଳ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଭଳି କ୍ଷତି ଏଡ଼ାଇବା ସକାଶେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଆଇନ, ଜଳ (ପ୍ରଦୂଷଣ ନିରାକରଣ ଓ ନିୟନ୍ତ୍ରଣ) ଆଇନ ଏବଂ ପରିବେଶ ସୁରକ୍ଷା ଆଇନର ଉଲ୍ଲଂଘନ। ତେଣୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସଚିବ, ଜି.ବି. ପନ୍ତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହମାଲୟାନ୍ ଏନ୍‌ଭାଇରୋନ୍‌ମେଣ୍ଟ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଟ୍ରିବ୍ୟୁନାଲ ନୋଟିସ କରିଛନ୍ତି। ୨୦୨୫ ମାର୍ଚ୍ଚ ୧୦ ଶୁଣାଣିର ସପ୍ତାହେ ପୂର୍ବରୁ ଜବାବ ରଖିବା ପାଇଁ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *