ଗିନିଜ୍ ବୁକ୍ ଅଫ୍ ରେକର୍ଡ କଲା ସବୁଠୁ ବଡ଼ ଫୁଲତୋଳା

ଅହମ୍ମଦାବାଦ : ବିଶ୍ୱର ସବୁଠୁ ବଡ଼ ଫୁଲତୋଡ଼ା । ଏହି ଫୁଲତୋଡ଼ା ଅହମ୍ମଦାବାଦର ଇଣ୍ଟରନ୍ୟାସନାଲ ଫ୍ଲାୱାର ଶୋରେ ସବୁଠି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଫୁଲତୋଡ଼ାଟି ଦେଖିବାକୁ ଯେତେ ସୁନ୍ଦର ଏହାର ଆକାର ମଧ୍ୟ ସେତେ ବଡ଼ । ଅହମ୍ମଦାବାଦର ସାବରମତୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଏକ ଫ୍ଲାୱାର ଶୋର ଆୟୋଜନ କରାଯାଇଛି । ଗତବର୍ଷ ମଧ୍ୟ ଫ୍ଲାୱାର ଶୋର ଆୟୋଜନ କରାଯାଇଥିଲା । ଯେଉଁଥିରେ ସବୁଠୁ ଲମ୍ୱା ଫୁଲର ପାଚେରୀ ପାଇଁ ଏହା ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା । ଏଥର ଏହି ଫୁଲତୋଡ଼ାଟି ଗିନିଜ୍ ବିଶ୍ୱ ରେକର୍ଡରେ ସାମିଲ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୩ରେ ଫ୍ଲାୱାର ଶୋର ଶୁଭାରମ୍ଭ କରିଥିଲେ । ୨୦୨୪ ଫେବୃୟାରୀ ୧୮ରେ ପ୍ରଥମ କରି ଏଠାରେ ଫୁଲତୋଡ଼ା ନିର୍ମାଣ ଆରମ୍ଭ ହୋଇଥିଲା । ଅହମ୍ମଦାବାଦରେ ଆୟୋଜିତ ହେଉଥିବା ଏହି ଫ୍ଲାୱାର ଶୋ ବର୍ତ୍ତମାନ କେବଳ ଭାରତର ନୁହଁ, ଏସିଆର ସବୁଠାରୁ ବଡ଼ ଫ୍ଲାୱାର ଶୋ ଭାବେ ବିବେଚିତ ହୋଇଛି । ଚଳିତ ବର୍ଷ ତିଆରି କରାଯାଇଥିବା ଏହି ଅଦ୍ଭୁତ ଫୁଲତୋଡ଼ାର ଉଚ୍ଚତା ପାଖାପାଖି ୩୪ ଫୁଟ୍ ରହିଥିବା ବେଳେ ଏହାର ବ୍ୟାସ ୧୦.୮୪ ମି ।

ଅହମ୍ମଦାବାଦ ମୁନିସିପାଲଟି ଉପମୁଖ୍ୟ ମେୟର ଗିନିଜ୍ ବୁକ୍ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଫ୍ଲାୱାର ଶୋରେ ପ୍ରାୟ ୧୦ ଲକ୍ଷ ଭିନ୍ନ ପ୍ରଜାତିର ଫୁଲ ରଖାଯାଇଥିଲା । ଗତ ୩ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ଯାଏ ଏହି ଶୋ ଚାଲିଥିଲା । ପ୍ରତିଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏହି ଫ୍ଲାୱାର ସୋର ଆୟୋଜନରେ ପାଖାପାଖି ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *