ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ଆଥିଆ ସେଟ୍ଟି । ଘରକୁ ନୂଆ ଅତିଥି ଆସୁଥିବାରୁ ଆଥିଆ ଓ ତାଙ୍କ ସ୍ୱାମୀ କ୍ରିକେଟର କେଏଲ ରାହୁଲ ବହୁତ ଉତ୍ସାହିତ ଅଛନ୍ତି । ଏହା ଜାଣିବା ପରେ ଉଭୟଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି । ଏହି ଖୁସି ଖବର ଆଥିଆ ନିଜେ ସୋସିଆଲ ମିଡ଼ିଆରେ ସେୟାର କରି ଜଣାଇଛନ୍ତି । ଏହା ଜାଣିବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ଆଥିଆ ଓ ରାହୁଲ ଏକ ଫଟୋ ସେୟାର କରି ଲେଖିଛନ୍ତି “ଆମର ଅତିସୁନ୍ଦର ଆଶୀର୍ବାଦ ଖୁବଶୀଘ୍ର ଆସୁଛି, ୨୦୨୫।” ଏଥିସହିତ ଏକ କୁନି ପିଲାର ପାଦ ଫଟୋ ମଧ୍ୟ ସେଠାରେ ଦେଖିବାକୁ ମିଳୁଛି। ଆଥିୟାଙ୍କ ଭାଇ ଆହାନ ପୋଷ୍ଟରେ କମେନ୍ଟ କରି ଶୁଭେଚ୍ଛା ଜଣାଇଥିବା ବେଳେ ଖୁବଶୀଘ୍ର କୁନି କେଏଲ ରାହୁଲ ଦୁନିଆକୁ ଆସିବାକୁ ଯାଉଥିବା ୟୁଜର୍ସମାନେ କମେଣ୍ଟ କରିଛନ୍ତି।
ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଓ ଅଭିନେତ୍ରୀ ଆଥିୟା ସେଟ୍ଟି ଓ କ୍ରିକେଟର କେଏଲ ରାହୁଲଙ୍କ ବିବାହ ଗତ ଜାନୁଆରି ୨୩ରେ ହିନ୍ଦୁ ଋୀତିନୀତି ଅନୁଯାୟୀ ସୁନୀଲ ସେଟ୍ଟିଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ସମ୍ପର୍ଣ୍ଣ ହୋଇଥିଲା। ବିବାହ ପରେ ଆଥିୟା ଓ କେଏଲଙ୍କ ଦାମ୍ପତ୍ୟ ଜୀବନ ବେଶ୍ ଖୁସିରେ କଟିଥିଲା । ଏସବୁ ଭିତରେ କ୍ରିକେଟଙ୍କ ଘରକୁ ଖୁବଅଳ୍ପ ଦିନ ଭିତରେ ଜଣେ କୁନି ଅତିଥିଙ୍କ ଆଗମନୁ ନେଇ ପରିବାର ଲୋକଙ୍କ ଭିତରେ ଆନନ୍ଦ ଦେଖାଦେଇଛି ।