ବାଲିଯାତ୍ରାରେ ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

କଟକ : ଆଉ ଦୁଇ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ପାଇଁ କମିସନରେଟ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ବାଲିଯାତ୍ରାରେ ମୃତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ। ଏଥିସହ ତିନି ଶହରୁ ଊର୍ଦ୍ଧ୍ୱ ଅଫିସର ଡ୍ୟୁଟିରେ ରହିବେ ।

ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆରେ ୨୭ ଟି ଏଡ୍ ପୋଷ୍ଟ ସହ ପାଞ୍ଚଟି ୱାଚ ଟାୱାର ରହିବ ବୋଲି କହିଛନ୍ତି ଡିସିପି। ଚେନ ଲୁଟେରା ଓ ପକେଟ୍ ମାରଙ୍କ ପ୍ରତି ନଜର ରଖିବା ପାଇଁ ସାଧା ପୋଷାକରେ ମୁତୟନ ହେବେ ପୋଲିସ ଅଧିକାରୀ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମିନା। ବିଶେଷ କରି ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ତିନୋଟି ପାର୍କିଂ ସ୍ଥାନ କରାଯାଇଛି। ମେରିତାଇମ୍ ମ୍ୟୁଜିୟମ , ବୋସ୍ ଇଞ୍ଜିନିୟରିଂ କଲେଜ, ସମ୍ମୁଖ ନଦୀ ପଠା ଓ କୃଷକ ବଜାରରେ କରାଯାଇଛି ଏହି ନୂତନ ପାର୍କିଂ ସ୍ଥାନ।

ଭୁବନେଶ୍ୱର ପଟୁ ନେତାଜୀ ସେତୁ ଦେଇ ଆସୁଥିବା ଲୋକେ କୃଷକ ବଜାର ସହ ସେହି ରାସ୍ତାରେ ହୋଇଥିବା ବିଭିନ୍ନ ପାର୍କିଂ ସ୍ଥାନରେ ଗାଡ଼ି ରଖି ପାରିବେ। ମଧୁ ସେତୁ ଦେଇ ଆଠଗଡ଼, ଢେଙ୍କାନାଳ ପଟୁ ଆସୁଥିବା ଲୋକେ ଭୁଆସୁଣୀ ପଠା ଓ ଅନ୍ୟ ପାର୍କିଂ ସ୍ଥାନରେ ଗାଡ଼ି ରଖିପାରିବେ। ଚୌଦ୍ୱାର ଓ ଯୋବ୍ରା ପଟୁ ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକେ ମାରିଟେମ୍ ମ୍ୟୁଜିୟମ୍ ଓ ବୋଷ ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ହୋଇଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖି ପାରିବେ। ତେବେ କିଭଳି ଜନସାଧାରଣ ଆସି ସୂରୁଖୁରୁରେ ବାଲିଯାତ୍ରା ବୁଲି ଦେଖି ପାରିବେ ସେଥି ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିସିପି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *