ନୂଆଦିଲ୍ଲୀ: ‘ଭାରତ ମାତା କି ଜୟ’ର ଧ୍ୱନୀରେ କମ୍ପିଲା ନାଇଜେରିଆ ବିମାନବନ୍ଦର । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ ସମୟରେ ଏହା ଶୁଣିବାକୁ ମିଳିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ସକାଳେ ନାଇଜେରିଆରେ ପହଞ୍ଚିଥିଲେ। ଅବୁଜା ବିମାନବନ୍ଦରରେ ମୋଦିଙ୍କୁ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟକ ଭାରତୀୟ ସମ୍ପ୍ରଦାୟର ଲୋକ ଅବୁଜା ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ଅବସରରେ ଲୋକମାନେ ‘ଭାରତ ମାତା କି ଜୟ’ ଏବଂ ‘ବନ୍ଦେ ମାତରମ୍’ ସ୍ଲୋଗାନ ଦେଇଥିଲେ। ସେଠାରେ ସେ କେନ୍ଦ୍ରୀୟ ରାଜଧାନୀ ଅଞ୍ଚଳର ମନ୍ତ୍ରୀ ତାଙ୍କୁ ପ୍ରତୀକାତ୍ମକ ଭାବେ ଅବୁଜା ‘କି ଟୁ ଦି ସିଟି’ ପ୍ରଦାନ କରିଥିଲେ।
ନାଇଜେରିଆରେ ଥିବା ଭାରତୀୟ ସମୁଦାୟକୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ ଲେଖିଛନ୍ତି, “ନାଇଜେରିଆରେ ଭାରତୀୟ ସମ୍ପ୍ରଦାୟର ଏଭଳି ଉଷ୍ମ ଏବଂ ଜୀବନ୍ତ ସ୍ୱାଗତ ଦେଖି ଆନନ୍ଦିତ। ସେ ନାଇଜେରିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ମଧ୍ୟ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ପଶ୍ଚିମ ଆଫ୍ରିକା ଦେଶରେ ରହୁଥିବା ବହୁ ସଂଖ୍ୟକ ଭାରତୀୟ ମହିଳା, ଶିଶୁ ଏବଂ ପୁରୁଷଙ୍କ ସହ କଥାବାର୍ତ୍ତା କରିବା ସହ ସେମାନଙ୍କ ସହ ଫଟୋ ଅପଲୋଡ୍ କରିଥିଲେ । ଗତ ୧୭ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦେଶ ଗସ୍ତ। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୦୭ରେ ନାଇଜେରିଆ ଗସ୍ତ କରିଥିଲେ। ନଭେମ୍ବର ୧୬ରୁ ୧୭ ତାରିଖ ପର୍ଯ୍ୟନ୍ତ ନାଇଜେରିଆ ଗସ୍ତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ ଶିଖର ସମ୍ମିଳନୀପାଇଁ ବ୍ରାଜିଲ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ଗନ୍ତବ୍ୟ ସ୍ଥଳ ହେଉଛି ଗୁୟାନା।