ପ୍ରଥମ ଥର ମ୍ୟୁଜିକ୍ ଭିଡିଓ ‘ସାହିବା’ ରେ ନଜର ଆସିବେ ସାଉଥ ସୁପରଷ୍ଟାର

ମୁମ୍ବାଇ : ପ୍ରଥମ ଥର ପାଇଁ ଏକ ହିନ୍ଦୀ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ ସାଉଥର ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଯାହାର ନାମ ‘ସାହିବା’ । ଏଥିରେ ତାଙ୍କର ନାୟିକା ସାଜିଛନ୍ତି ଜସଲିନ୍ ରୟାଲ ଏବଂ ରାଧିକା ମଦନ । ତେବେ ମ୍ୟୁଜିକ ଭିଡିଓ ପ୍ରଥମ ଲୁକ୍ ପୋଷ୍ଟର ସେୟାର କରି ଗୀତର ଘୋଷଣା କରିଛନ୍ତି ବିଜୟ । ଏଥିରେ ୩ ଜଣ ବିଜୟ, ରାଧିକା ଏବଂ ଜସଲିନଙ୍କ ଝଲକ ଦେଖିବାକୁ ମିଳିଛି।

ନିକଟରେ ଜସଲିନ୍ ରୟାଲ ନିଜ ଇନଷ୍ଟାଗ୍ରାମରେ ‘ସାହିବା’ ମ୍ୟୁଜିକ୍ ଭିଡିଓର ଅନେକ ପୋଷ୍ଟର ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ପ୍ରତ୍ୟେକ ନୋଟରେ, ହୃଦସ୍ପନ୍ଦନ, ପ୍ରତ୍ୟେକ ନଜରରେ, ଏକ ଜୀବନ, ‘ସାହିବା’ ଉପସ୍ଥାପନ କରୁଛୁ । ମ୍ୟୁଜିକ୍ ଭିଡିଓ ‘ସାହିବା’ ଶୀଘ୍ର ଆସିବ । ତେବେ ‘ସାହିବା’ ନିର୍ଦ୍ଦେଶନା ଦେଇଛନ୍ତି ସୁଦର୍ଶନ ସାରିଆ । ଏହି ମ୍ୟୁଜିକ ଭିଡିଓରେ ପ୍ରଥମ ଥର ପାଇଁ ବିଜୟ ଦେବରାକୋଣ୍ଡାଙ୍କ ସହ ରାଧିକା ମଦନ ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ ।

ଏକ ମ୍ୟୁଜିକ୍ ଭିଡିଓ ଗୀତରେ ଦେଖାଯାଇଥିବା ବିଜୟ ହେଉଛନ୍ତି ପ୍ରଥମ ଟଲିଉଡ ଷ୍ଟାର । ବଲିଉଡର ପପ୍ ଗାୟକ ଜସଲିନ୍ ରୟାଲ୍ ‘ସାହିବା’ ପାଇଁ ସଂଗୀତ ଦେଉଛନ୍ତି । ଏହି ଗୀତର ଲିରିକ୍ସ ଆଦିତ୍ୟ ଶର୍ମା ଏବଂ ପ୍ରିୟା ସାରିଆ ଲେଖିଛନ୍ତି । ‘ସାହିବା’ ଗୀତ ଖୁବ ଶୀଘ୍ର ରିଲିଜ ହେବ ବୋଲି ନିର୍ମାତା ଘୋଷଣା କରିଛନ୍ତି । ବିଜୟ ଦେବରାକୋଣ୍ଡା ଏବଂ ରାଧିକା ମଦନଙ୍କ ସାହିବା ମ୍ୟୁଜିକ୍ ଭିଡିଓ ଗୀତର ପ୍ରଥମ ଲୁକ୍ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗତବର୍ଷ ଜୁଲାଇରେ ‘heeriye’ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା । ଯାହାକୁ ଜସଲିନ୍ ରୟାଲ୍ ଏବଂ ଅରଜିତ ସିଂ କଣ୍ଠଦାନ କରିଥିଲେ । ଏହି ଗୀତରେ ମାଲାୟାଲମ ଅଭିନେତା ଦୁଲେକର ସଲମାନ ନଜର ଆସିଥିବା ବେଳେ ଜସଲିନ୍ ରୟାଲ୍ ଗୀତ ଗାଇବା ସହ ତାଙ୍କ ବିପକ୍ଷରେ ନଜର ଆସିଥିଲେ । ଏହି ଗୀତ ବେଶ ଲୋକପ୍ରିୟତା ହାସଲ କରିଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *