ନୂଆଦିଲ୍ଲୀ: ଆମ ଦେଶରେ ଦିନ ଦ୍ବିପହରେ ନାବାଳିକା, ଯୁବତୀ ଏବଂ ମହିଳାମାନେ ବଳାତ୍କାରର ଶିକାର ହେଉଛନ୍ତି। ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାର ଓ ପ୍ରଶାସନ ବିଫଳ ହେଉଛନ୍ତି। ଭାରତୀୟ ଆଇନ କାନୁନ ବ୍ୟବସ୍ଥାରେ ପରିବର୍ତ୍ତନ ନିଶ୍ଚିତ ଆସିବା ଦରକାର।ଏଭଳି ଦେଶ ଅଛି ଯେଉଁଠି ବଳାତ୍କାରୀଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ। ଜାଣିଲେ ଲୋମ ଟାଙ୍କୁରି ଉଠିବ।
ସାଉଦୀ ଆରବରେ ବଳାତ୍କାରୀଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ। ସର୍ବସମ୍ମୁଖରେ ଅଭିଯୁକ୍ତର ମୁଣ୍ଡ କାଟି ଦିଆଯାଏ। ଏପରି କି ଅଭିଯୁକ୍ତର ଅଙ୍ଗ ଛେଦନକରି ନପୁଂସକ କରି ଦିଆଯାଏ।
ଇରାକ : ବଳାତ୍କାରୀଙ୍କୁ ସମସ୍ତେ ମିଶି ପଥର ପିଙ୍ଗି ଥାଆନ୍ତି। ଯଦି ପଥର ପିଙ୍ଗିବା ଦ୍ବାରା ଅଭିଯୁକ୍ତର ମୃତ୍ୟୁ ନ ହେଲା ତେବେ ତାକୁ ଜିଅନ୍ତା ମାଟି ତଳେ ପୋତି ଦିଆଯାଏ।
ଚୀନ : ଚୀନରେ ମଧ୍ୟ ବଳାତ୍କାରୀଙ୍କ ପାଇଁ କଠୋର ଆଇନ ରହିଛି। ବଳାତ୍କାରୀ ବୋଲି ପ୍ରମାଣିତ ହେବା ପରେ ତୁରନ୍ତ ଦୋଷୀକୁ ଫାଶୀ ଦିଆଯାଇଥାଏ।
ପୋଲାଣ୍ଡ : ଦେଶରେ ବଳାତ୍କାରୀଙ୍କ ପାଇଁ ଭୟଙ୍କର ଦଣ୍ଡ ବିଧାନ ରହିଛି। ପୂର୍ବରୁ ଏହି ଦେଶରେ ବଳାତ୍କାରୀଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା କରି ଦିଆଯାଉଥିଲା। କିନ୍ତୁ ଏବେ ବଳାତ୍କାରୀଙ୍କ ପାଇଁ ଆଇନ କାନୁନ୍ରେ ଟିକେ ପରିବର୍ତ୍ତନ ହୋଇଛି। ଅଭିଯୁକ୍ତର ଦୋଷ ପ୍ରମାଣିତ ହେବା ପରେ ତାକୁ ନପୁଂସକ କରି ଦିଆଯାଇଥାଏ।
ଉତ୍ତର କୋରିଆ : ବଳାତ୍କାରୀଙ୍କ ପାଇଁ କଠୋର ଆଇନ ରହିଛି। ଅଭିଯୁକ୍ତକୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥାଏ। ଉତ୍ତର କୋରିଆ ଦୁଷ୍କର୍ମକାରୀଙ୍କ ପାଇଁ କେବଳ ମୃତ୍ୟୁ ଦଣ୍ଡ ରହିଛି।
ଇଣ୍ଡୋନେସିଆ : ବଳାତ୍କାରୀଙ୍କୁ ଏକ ନିଆରା ଢ଼ଙ୍ଗରେ ଦଣ୍ଡ ଦିଆଯାଇଥାଏ। ବଳାତ୍କାରୀଙ୍କୁ ନପୁଂସକ କରିବା ପରେ ତାଙ୍କ ଦେହରେ ମହିଳାଙ୍କ ହର୍ମୋନ ପୂରାଇ ଦିଆଯାଇଥାଏ।
ଆଫଗାନିସ୍ତାନ : ବଳାତ୍କାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥାଏ। ବଳାତ୍କାରୀ ନିଜକୁ ନିର୍ଦୋଷ ପ୍ରମାଣିତ କରିବା ପାଇଁ ଚାରି ଦିନ ସମୟ ଦିଆଯାଇଥାଏ। ଏହି ସମୟସୀମା ଭିତରେ ନିଜକୁ ପ୍ରମାଣିତ ନ କରି ପାରିଲେ ଗୁଳି କରି ହତ୍ୟା କରି ଦିଆଯାଏ।