ଆମେ ମାଗି ଖିଆ ନୁହେଁ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ତେବେ ରାଜ୍ୟ ସରକାର ଗ୍ରହଣ କରିବେ। ଓଡ଼ିଶା ନିଜ ଆଡୁ ଆଳୁ ମାଗିବନି । ଆମେ ମାଗି ଖିଆ ନୁହଁ, ଉତ୍ତରପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର‌୍ୟ୍ୟାପ୍ତ ପରିମାଣର ଆଳୁ ଗଚ୍ଛିତ ରହିଛି। ତେବେ କେଉଁଠି ଯଦି ଚଢା ଦରରେ ବିକ୍ରି ହୁଏ ଚଢାଉ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରି କହିଛନ୍ତି ।

ପଶ୍ଚିମବଙ୍ଗରେ ଗତ ଦୁଇସପ୍ତାହ ହେଲା ଆଳୁଦର ଉପରମୁହାଁ। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପଶ୍ଚିମବଙ୍ଗ ସରକାର ଆଳୁ ଉପରେ ପୁଣି କଟକଣା ଲଗାଇଛନ୍ତି। ଫଳରେ ଓଡ଼ିଶା ସୀମା ନିକଟବର୍ତ୍ତୀ ଜାତୀୟ ରାଜପଥରେ ଅଟକି ରହିଥିବା ଶତାଧିକ ଆଳୁଗାଡ଼ିକୁ ପଶ୍ଚିମବଙ୍ଗ ସରକାର ଫେରାଇ ନେଇଥିଲେ। ଏଥିପାଇଁ ଏବେ ଓଡ଼ିଶାର କିଛି କିଛି ଜାଗାରେ ଆଳୁଦର ବୃଦ୍ଧି ପାଇଛି।

ଏହାକୁ ଦେଖି ନିଜର ବିରକ୍ତି ପ୍ରକାଶ କରିଛନ୍ତି ଯୋଗଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି, “ପଶ୍ଚିମବଙ୍ଗକୁ ଓଡ଼ିଶା ଆଳୁ ଆଉ ମାଗିବନି । ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ । ଆମେ ମାଗି ଖିଆ ନୁହେଁ । ଆଜି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସିଛି । ଲୋକଙ୍କ ଚାହିଦା ମୁତାବକ ଏବେ ବଜାରରେ ଆଳୁ ଉପଲବ୍ଧ ଅଛି । ଆଜି ମୁଁ ୩୦ଟଙ୍କାରେ ଆଳୁ କିଣିଛି । ଯଦି କେହି ଚଢା ଦରରେ ଆଳୁ ବିକ୍ରି କରିବ ତେବେ ଚଢ଼ାଉ କରାଯିବ । ଏବେ ଆମେ ଆଳୁ, ପିଆଜ, ମାଛ ଉତ୍ପାଦନ ବଢାଇବା ପାଇଁ ଯୋଜନା କରୁଛୁ। ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ମାଛ ଯାଉଛି। ଆମେ ଚାହିଁଲେ ୨ମିନିଟରେ ସବୁ ବନ୍ଦ ହୋଇଯିବ । ହେଲେ ଆମେ ସେଭଳି କରିବୁ ନାହିଁ। କାରଣ ସବୁ ରାଜ୍ୟ ମିଶିକି ଚଳିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *