ରାଜ୍ୟରେ ୧୫ରୁ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ କମିବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଦଳିବ ପାଗ। ବଢ଼ିବ ଶୀତର ପ୍ରକୋପ। ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଶୀତ ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁଡୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ଅନୁଭୂତ ହେଉଛି। ଭୋରୁ ଭୋରୁ ଶୀତ ହେଉଥିବା ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣମା ପଡୁଛି। ତା’ପରଠାରୁ ଶୀତର ପ୍ରକୋପ ବଢ଼ିବ ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନାର ସମ୍ଭାବନା ରହିଛି। ଉପକୂଳ ଓ ମୟୂରଭଂଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା। ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ବର୍ଷା ହେବା ନେଇ ଆସଙ୍କା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *