ମହିଳାଙ୍କୁ ମିଳିବ ୨୫ ହଜାର: ଘୋଷଣା କଲେ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଶପଥ ନେଉ ନେଉ ବଡ଼ ଘୋଷଣା କଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆକାଉଣ୍ଟକୁ ଯିବ ୨୫୦୦ ଟଙ୍କା । ମହିଳାମାନଙ୍କୁ ଦିଆଯାଇଥିବା ଆର୍ôଥକ ସହାୟତାର ପ୍ରତିଶ୍ରୁତି ପ୍ରଥମେ ପୂରଣ କରାଯିବ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।

୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଠନ ହୋଇଛି। ଏଥିସହ ଦଳ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ରାଜଧାନୀର ମଙ୍ଗ ଧରାଇଛିି । ଏଥର ଦିଲ୍ଲୀ ବିଧାନସଭା ର୍ନିବାଚନରେ, ସମସ୍ତ ଦଳ ମହିଳା ଭୋଟରଙ୍କ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ସମସ୍ତ ଦଳ ମହିଳାମାନଙ୍କୁ ଆର୍ôଥକ ସହାୟତା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଆମ ଆଦମୀ ପାର୍ଟି ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ, ବିଜେପି ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଜିତିବା ପରେ ଏବେ ବିଜେପି ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି।

ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ବିଜେପି ସୁଷମା ସ୍ୱରାଜଙ୍କୁ, କଂଗ୍ରେସ ଶୀଲା ଦୀକ୍ଷିତଙ୍କୁ ଏବଂ ଆମ ଆଦମୀ ପାର୍ଟି ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦେଇଥିଲା। ମହିଳା ସମୃଦ୍ଧି ଯୋଜନା ସମ୍ପର୍କରେ ରେଖା ଗୁପ୍ତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ପୂରଣ କରିବା ରାଜଧାନୀର ସମସ୍ତ ୪୮ ବିଧାୟକଙ୍କ ଦାୟିତ୍ୱ। ଆମେ ମହିଳାମାନଙ୍କ ପାଇଁ ଆର୍ôଥକ ସହାୟତା ସମେତ ଆମର ସମସ୍ତ ପ୍ରତିଶ୍ରୁତି ନିଶ୍ଚିତ ଭାବରେ ପୂରଣ କରିବୁ। ମାର୍ଚ୍ଚ ୮ ସୁଦ୍ଧା ୧୦୦ ପ୍ରତିଶତ ମହିଳାଙ୍କ ଆକାଉଣ୍ଟରେ ଆର୍ôଥକ ସହାୟତା ଯୋଗାଇ ଦିଆଯିବ ।

ବିଜେପି ମହିଳା ସମୃଦ୍ଧି ଯୋଜନା ଅଧୀନରେ ଦିଲ୍ଲୀର ମହିଳାଙ୍କୁ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଆର୍ôଥକ ସହାୟତା ଦିଆଯିବ। ଏଠାରେ କହି ରଖୁଛୁ, ଏହି ଯୋଜନା ଦିଲ୍ଲୀର ସମସ୍ତ ମହିଳାଙ୍କ ପାଇଁ ନୁହେଁ । ଏହା କେବଳ ଗରିବ ମହିଳାଙ୍କୁ ପ୍ରଦାନ ଦିଆଯିବ। ଦଳ ନିଜର ଇସ୍ତାହାରରେ ଘୋଷଣା କରିଥିଲା ଯେ ରାଜଧାନୀରେ ସରକାର ଗଠନ କରିବା ପରେ ଗରିବ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା, ଗର୍ଭବତୀ ମହିଳାଙ୍କୁ ୨୧ହଜାର ର ଏକକାଳୀନ ସହାୟତା ଏବଂ ଗରିବ ଲୋକଙ୍କୁ ୫୦୦ଟଙ୍କାରେ ଏଲପିଜି ସିଲିଣ୍ଡର ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୨୫୦୦ଟଙ୍କା ପେନସନ ସୁନିଶ୍ଚିତ କରାଯାଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *