୬୨ କୋଟି ଡଲାରରେ ବିକ୍ରି ହେଲା ବିଶ୍ୱର ସବୁଠୁ ଦାମୀ କଦଳୀ

ନୂଆଦିଲ୍ଲୀ: ବିକ୍ରି ହେଲା ବିଶ୍ୱର ସବୁଠୁ ଦାମୀ କଦଳୀ । ତାହାପୁଣି ୬୨ କୋଟି ଡ଼ଲାରରେ । ଏହା ଶୁଣିବାରେ ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ କଥା । ଏବେ ସେମିତି ଏକ ଘଟଣା ୟୁୟର୍କରେ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ବାସ୍ତବରେ ଏହା କଦଳୀ ନୁହେଁ, ଏହା ଏକ କଳାକୃତି । ଏବେ ଏହି ଅଜବ କଳାକୃତି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ।

ଇଟାଲିର ମରିଜିଓ କ୍ୟାଟେଲାନ୍ ଏହି କଳାକୃତିକୁ ପ୍ରସ୍ତୁତ କରିଛନ୍ତି । ନ୍ୟୁୟର୍କ ସ୍ଥିତ ସୋଥ୍‌ବାଏଜ୍ ନିଲାମ ଗୃହରେ ବିକ୍ରି ହୋଇଛି ଏହି କଳାକୃତି । କାନ୍ଥରେ ଟେପ୍ ଦ୍ୱାରା ସଂଲଗ୍ନ ଏକ କଦଳୀ କଳାକୃତି । ୬୨ ଲକ୍ଷ ଡଲାରରେ ଏହା ନିଲାମ ହୋଇଛି । ପୂର୍ବ ଆକଳନଠୁ ଏହା ୪ ଗୁଣ ଅଧିକରେ ବିକ୍ରି ହୋଇଛି । ସୋଥ୍‌ବାଏଜ୍ ଅନୁସାରେ, ଚୀନ୍‌ର କ୍ରିପକ୍ଟୋରେନ୍ସି ଉଦ୍ୟୋଗୀ ଜଷ୍ଟିନ୍ ସନ୍ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପଛରେ ପକାଇ ଇଟାଲିର ଏହି ଭିଜୁଆଲ ଆର୍ଟିଷ୍ଟ୍‌ଙ୍କ ମଜାଦାର କଳାକୃତିକୁ କିଣିଛନ୍ତି । ସେ କହିଛନ୍ତି, ଏହି ନିଆରା କଳାତ୍ମକ ଅନୁଭବର ଅଂଶ ଭାବେ ଆଗାମି ଦିନରେ ମୁଁ ଏହି କଦଳୀକୁ ଖାଇବି । ଟେପ୍‌ରେ ସଂଲଗ୍ନ ଏହି କଦଳୀକୁ ଅଦ୍ୟାବଧି ବିକ୍ରି ହୋଇଥିବା ସବୁଠୁ ମହଙ୍ଗା ଫଳ ବୋଲି କୁହାଯାଉଛି । ଏହାକୁ ମାତ୍ର ୦.୩୫ ଡଲାରରେ କିଣାଯାଇଥିଲା ।

୨୦୧୯ ମସିହାରେ ପ୍ରଥମେ ଏହି ମଜାଦାର କଳାକୃତିର ଉନ୍ମୋଚନ ହୋଇଥିଲା । ରାତାରାତି ଏହା ଚର୍ଚ୍ଚାର ବିଷୟ ହୋଇଥିଲା । ଏ ପ୍ରକାର ଉତ୍ତେଜକ କଳା ବିତର୍କର କାରଣ ମଧ୍ୟ ହୋଇଥିଲା । ଏଇଟି ସମଗ୍ର ବିଶ୍ୱରେ ଭ୍ରମଣ କରିଛି । ପଚିଯିବା ପରେ କଦଳୀକୁ କିପରି ବଦଳାଯିବ ଏବଂ ତା’ ସ୍ଥାନରେ ଆଉ ଏକ କଦଳୀ କେମିତି ଟେପ୍ ଦ୍ୱାରା ସଂଲଗ୍ନ କରାଯିବ, ତା’ର ନିର୍ଦ୍ଦେଶାବଳୀ ମଧ୍ୟ ଏଥିରେ ରହିଛି । ଏହି କଳାକୃତି କଦଳୀକୁ ଦୁଇଥର ଖିଆଯାଇଛି । ୨୦୨୩ ମସିହାରେ ସିଓଲ ସ୍ଥିତ ଲିୟମ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ କଳାକୃତି ପ୍ରଦର୍ଶନ ସମୟରେ ଦକ୍ଷିଣ କୋରିଆର ଜଣେ କଳା ଛାତ୍ର ଏହି କଦଳୀକୁ ଖାଇଥିଲେ । ଟେପ୍‌ର ଚିହ୍ନ ଅନୁସାରେ ସେହି ସ୍ଥାନରେ ଆଉ ଏକ କଦଳୀ ସ୍ଥାନୀତ କରାଯାଇଥିଲା । ଏହାର ୪ ବର୍ଷ ପୂର୍ବରୁ ମିଆମିର ଆର୍ଟ ବାସେଲରେ ଏହି କଳାକୃତି ୧୨୦,୦୦୦ ଡଲାରରେ ବିକ୍ରି ହେବା ପରେ ଜଣେ କଳାକାର କାନ୍ଥରେ ମରାଯାଇଥିବା କଦଳୀକୁ ଆଣି ଖାଇଥିଲେ । ତୁରନ୍ତ ଏହା ସ୍ଥାନରେ ଆଉ ଏକ କଦଳୀକୁ ଟେପ୍‌ରେ ମରାଯାଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *