ପ୍ରେମିକା ସହ ଝଗଡ଼ା କରି ପ୍ରେମିକ ଖୋଲିଦେଲେ ଏମରଜେନ୍ସି ଡୋର

ନୂଆଦିଲ୍ଲୀ: ପ୍ରେମିକା ସହ ଝଗଡ଼ା କରି ରାଗରେ ପ୍ରେମିକ ଖୋଲିଦେଲେ ଏମରଜେନ୍ସି ଡୋର । ଏପରି ଦେଖି ଯାତ୍ରୀମାନେ ଭୟଭୀତ ହେବା ସହ ଚିତ୍କାର କରିବାକୁ ଆରମ୍ଭ କରିଥିଲେ । ପରେ ଡ଼ୋରକୁ ବନ୍ଦ କରି ଦେଇଥିଲେ । ବାଧ୍ୟ ହୋଇ ବିମାନଟି ଜରୁରୀ ଅବତରଣ କରିଥିଲା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଷ୍ଟନର ଲୋଗାନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ।

ଜେଟ ବ୍ଲୁ ବିମାନଟି ଟେକ ଅଫ କରିବାକୁ ଯାଉଥିଲା । ଆଞ୍ଜେଲ ଲୁଇସ ଟରେସ ମୋରାଲେସ ନାମକ ଜଣେ ଯାତ୍ରୀ ତାଙ୍କ ପ୍ରେମିକା ସହ ବିମାନରେ ଯାଉଥିଲେ । ଏହି ସମୟରେ ପ୍ରେମିକା ଜଣକ ଆଞ୍ଜେଲ ଲୁଇସଙ୍କୁ ଫୋନ ମାଗିଥିଲେ । ସେ ଦେବାକୁ ରୋକ୍‌ଠୋକ୍ ମନା କରିଦେଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା । ପ୍ରେମିକ ଆଞ୍ଜେଲ ଲୁଇସ ନିଜ ରାଗକୁ ସମ୍ଭାଳି ନ ପାରି ବିମାନର କବାଟ ଖୋଲି ଦେଇଥିଲେ ।
ଏହାପରେ ଅନ୍ୟ ଯାତ୍ରୀମାନେ ଭୟଭୀତ ହେବା ସହ ଚିତ୍କାର କରିଥିଲେ । ଆଉ କିଛି ଯାତ୍ରୀ ସଙ୍ଗେ ସଙ୍ଗେ ଡ଼ୋରକୁ ବନ୍ଦ କରିଦେଇଥିଲେ । ଫଳରେ ବିମାନଟି ଜରୁରୀ ଅବତରଣ କରିଥିଲା । ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ପଠାଯାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଞ୍ଜେଲକୁ ଗିରଫ କରିଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *