ନୂଆଦିଲ୍ଲୀ : ପ୍ରତ୍ୟେକ ଦିନ ୩୫୦ କିମି ଯାତ୍ରା କରି ଅଫିସ ଯାଆନ୍ତି ମହିଳା । ତାହା ପୁଣି କୌଣସି ସ୍କୁଟି କି ବାଇକ୍ ନୁହେଁ । ପ୍ରତ୍ୟେକ ଦିନ ବିମାନରେ ଯାଆସ କରନ୍ତି ଅଫିସ । ଏହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ଘଟଣାଟି ସତ । ଏହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କର କାହାଣୀ ଶୁଣିଲେ ଆପଣଙ୍କୁ ବୋଧହୁଏ ଆପଣଙ୍କର ଅଫିସର ଦୂରତା କମ୍ ଲାଗିବ।
ରାଚେଲ କୌର । ସେ ଦୁଇଟି ପିଲାର ମାଆ । ଏୟାର ଏସିଆରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରନ୍ତି ରାଚେଲ । ସେ ପ୍ରତିଦିନ ଅଫିସ ଯିବା ପାଇଁ ୫୦ କି ୧୦୦ କିମି ନୁହଁ ବରଂ ୩୫୦ କିଲୋମିଟରର ଯାତ୍ରା କରିଥାନ୍ତି। ସେ ନିତି ବିମାନରେ ଯାତ୍ରା କରନ୍ତି । ରାଚେଲଙ୍କ କହିବା କଥା, ଏତେ ଦୂର ଯାତ୍ରା କଲେ ସେ ୱାର୍କ ଲାଇଫ୍ ବାଲାନ୍ସ କରି ପାରିବେ। ପ୍ରତିଦିନ ପେନାଙ୍ଗରୁ କୁଆଲାଲମପୁରର ବିମାନରେ ଯାତ୍ର କରନ୍ତି। ନିତି ଏତେ ଲମ୍ୱା ଦୂରତା ଯିବା ପାଇଁ ଲୋକେ ତାଙ୍କୁ ସୁପର ମମ୍ର ଆଖ୍ୟା ଦେଇଛନ୍ତି। ସେ ନିଜର ପେଶାଦାର ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ବାଲାନ୍ସ ରଖିବା ପାଇଁ ଏମିତି କରନ୍ତି । ଏହାଦ୍ୱାରା ସେ ସନ୍ଧ୍ୟାରେ ନିଜର ପିଲାଙ୍କ ସହ ସମୟ ବିତାଇ ପାରିବେ।
ରାଚେଲ ଆହୁରି କହିଛନ୍ତି ଯେ, ଅଫିସ୍ ପାଖରେ ଘର ଭଡ଼ା ନେବା ଠାରୁ ଏହା ଅଧିକ ଶସ୍ତା ଉପାୟ। ତାଙ୍କର ଭୋର ୪ଟା ସମୟରେ ଦିନ ଆରମ୍ଭ ହୁଏ । ସକାଳ ୫ଟା ସୁଦ୍ଧା ସେ ଏୟାରପୋର୍ଟରେ ପହଞ୍ଚିଯାନ୍ତି । ଆଉ ସକାଳ ୭.୪୫ରେ ଅଫିସରେ ପହଞ୍ଚନ୍ତି । ସେ କାମ ପରେ ରାତି ପାଖାପାଖି ୮ଟାରେ ଘରକୁ ଫେରନ୍ତି। ଯାତ୍ରା ବେଳେ ସେ ମ୍ୟୁଜିକ୍ ଶୁଣନ୍ତି ଏବଂ ଚେଷ୍ଟା କରନ୍ତି କି, ଏହି ସମୟର ସଦୁପଯୋଗ କେମିତି କରିବେ। ତାଙ୍କର ଦୁଇ ଜଣ ପିଲା ଅଛନ୍ତି। ବଡ଼ ଝିଅ ୧୨ ବର୍ଷ ବୟସର ହୋଇଥିବା ବେଳେ ଛୋଟ ଝିଅର ୧୧ ବର୍ଷର। ସେମାନେ ମାଆଙ୍କର ଆବଶ୍ୟକତା ଅନୁଭବ କରୁଛନ୍ତି ବୋଲି କହିଛନ୍ତି ରାଚେଲ ।