କେରଳର ମନ୍ଦିରରେ ଯାନ୍ତ୍ରିକ ହାତୀ, କରିପାରିବ ଏହି କାମ

କେରଳ: ମନ୍ଦିରକୁ ଯାନ୍ତ୍ରିକ ହାତୀ ଦେଲା ପେଟା। ମନ୍ଦିରକୁ ଯାନ୍ତ୍ରିକ ହାତୀ ଦେବା ପଛରେ ବି ବଡ଼ କାରଣ ରହିଛି । ମନ୍ଦିର ପ୍ରଶାସନ ମନ୍ଦିରରେ କେବେ ହାତୀ ରଖିବ ନାହିଁ କି ହାତୀକୁ ଭଡାରେ ମଧ୍ୟ ନେବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କିନ୍ତୁ ମନ୍ଦିରର ବିଭିନ୍ନ ଧାର୍ମିକ ରୀତିନୀତି ପାଇଁ ହାତୀର ଆବଶ୍ୟକତା ଅଛି, ତେଣୁ ମନ୍ଦିରର ଏହି ଆବଶ୍ୟକତା ପୂରଣ କରିବା ପାଇଁ ପେଟା ଇଣ୍ଡିଆ ଏକ ଯାନ୍ତ୍ରିକ ହାତୀଟିକୁ ମନ୍ଦିରକୁ ଦାନ କରିଛି । କେରଳର ଏଡୟାର ଶ୍ରୀ ବଡକୁମ୍ବଡ ଶିବ ବିଷ୍ଣୁ ମନ୍ଦିରକୁ ଏକ ଯାନ୍ତ୍ରିକ ହାତୀ ଦାନ କରିଛି ପେଟା ଇଣ୍ଡିଆ ।

ଅଣଲାଭକାରୀ ସଂଗଠନ ପିପୁଲ୍ସ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ ବା ‘ପେଟା’ଏକ ବିବୃତ୍ତିରେ କହିଛି ଯେ ‘ୱଡକୁମ୍ବଡ ଶଙ୍କରାନାରାୟଣନ’ ନାମକ ଏହି ଯନ୍ତ୍ରଚାଳିତ ହାତୀଟିକୁ ମନ୍ଦିରକୁ ଦାନ କରାଯାଇଛି । ପେଟା ଦେଇଥିବା ସୂଚନା ଅନୁସାରେ, ‘ୱଡକୁମ୍ବଡ ଶଙ୍କରାନାରାୟଣନ’ ନାମକ ଏହି ଯାନ୍ତ୍ରିକ ହାତୀକୁ ମନ୍ଦିରର ଉତ୍ସବରେ ବ୍ୟବହାର କରାଯିବ । ଯାହା ଦ୍ୱାରା ଭକ୍ତମାନେ ସୁରକ୍ଷିତ ଭାବେ ମନ୍ଦିରରେ ହେଉଥିବା ଉତ୍ସବକୁ ଉପଭୋଗ କରିପାରିବେ । ଅନ୍ୟପଟେ ଅସଲି ହାତୀମାନେ ବି ଜଙ୍ଗଲରେ ସେମାନଙ୍କ ପରିବାର ସହିତ ସୁରକ୍ଷିତ ଭାବେ ରହିପାରିବେ ।

ଅପରପକ୍ଷରେ ରବର, ଫାଇବର, ଧାତୁ, ଜାଲ, ଫୋମ ଏବଂ ଷ୍ଟିଲରେ ତିଆରି ଏହି ଯାନ୍ତ୍ରିକ ହାତୀଗୁଡ଼ିକ ପାଞ୍ଚଟି ମୋଟରରେ ଚାଲୁଛି। ପେଟା ଇଣ୍ଡିଆ ଅନୁଯାୟୀ, ଏହି ହାତୀଟି ମୁଣ୍ଡ ହଲାଇପାରେ, କାନ ଏବଂ ଆଖି ହଲାଇପାରେ, ଲାଞ୍ଜ ମଧ୍ଯ ହଲାଇପାରେ, ଶୁଣ୍ଢ ଉଠାଇବା ସହ ପାଣି ମଧ୍ଯ ଛିଞ୍ଚିବା ଏବଂ ଯାତାୟାତ ମଧ୍ୟ କରିପାରିବ।

ଆପଣଙ୍କୁ କହିରଖୁଛୁ ଯେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ପେଟା ପୂର୍ବରୁ କେରଳର ଅନେକ ମନ୍ଦିରକୁ ଏପରି ଯାନ୍ତ୍ରିକ ହାତୀ ଦାନ କରିସାରିଛି । ଏହା କେରଳର ଏକ ମନ୍ଦିରକୁ ପେଟା ଦ୍ୱାରା ଦାନ କରାଯାଇଥିବା ଚତୁର୍ଥ ଯାନ୍ତ୍ରିକ ହାତୀ । ତେବେ ହାତୀ ଦାନ କରାଯିବାର ଉଦ୍ଦେଶ୍ୟ ହେଉଛି ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କୁ ଜନବସତିକୁ ନଆଣିବା । ହାତୀ ଭଳି ପ୍ରାଣୀ ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ହିଁ ନିଜ ପରିବାର ସହିତ ମୁକ୍ତ ଭାବରେ ରହିପାରିବେ ।

ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ କେରଳରେ ରହୁଥିବା ପୋଷା ହାତୀ ଦ୍ୱାରା ଅନେକ ଲୋକଙ୍କ ଜୀବନ ଅକାରଣରେ ଯାଉଛି । ପୋଷା ହାତୀମାନେ ବେଳେବେଳେ ବେଲଗାମ ହୋଇଯାଆନ୍ତି ଏବଂ ଲୋକଙ୍କୁ ଦଳିଚକଟି ସେମାନଙ୍କ ପ୍ରାଣ ନେଇ ଯାଆନ୍ତି । ଅନେକ ସମୟରେ ମଣିଷମାନେ ବି ହାତୀଙ୍କୁ ଆକ୍ରମଣ କରନ୍ତି । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ପେଟା ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ଯାହା ସତରେ ପ୍ରଶଂସନୀୟ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *