ବାରିପଦା:ଶିମିଳିପାଳ ସଫ୍ଟ ଏନକ୍ଲୋଜରରେ ଛଡ଼ା ଗଲା ବାଘୁଣୀ ଜିନ୍ନତ । ଶିମିଳିପାଳ ନର୍ଥ ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଜିନ୍ନତକୁ ଛଡ଼ାଯାଇଛି। ଏକ ବିଶେଷଜ୍ଞ ଦଳ ତା’ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ଏନକ୍ଲୋଜର ଭିତରେ ପ୍ରବେଶ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ବର୍ଷ ହୋଇଥିବା ବେଳେ ଏହାର ନାମ ଜିନ୍ନତ ରଖାଯାଇଛି । ଶିମିଳିପାଳ ସଫ୍ଟ ଏନକ୍ଲୋଜରକୁ ଗଲା ବାଘୁଣୀ ଜିନ୍ନତ । ଶିମିଳିପାଳ ନର୍ଥ ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଜିନ୍ନତକୁ ଛଡ଼ାଯାଇଛି। ଏନକ୍ଲୋଜର ଭିତରେ ପ୍ରବେଶ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ବର୍ଷ ହୋଇଥିବା ବେଳେ ଏହାର ନାମ ଜିନ୍ନତ ରଖାଯାଇଛି ।
ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଗତକାଲି ଆସିଛି ଦ୍ୱିତୀୟ ବାଘୁଣୀ ‘ଜିନ୍ନତ୍’ । ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ଜିନ୍ନତ୍’ ବୋଲି କହିଛନ୍ତି ପିସିସିଏଫ । ମହାରାଷ୍ଟ୍ରରେ ଉକ୍ତ ବାଘୁଣୀର ନାମ ଜିନ୍ନତ୍ ରଖାଯାଇଥିବା ବେଳେ ଶିମିଳିପାଳରେ ବି ସେ ସେହି ନାମରେ ପରିଚିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ପିସିସିଏଫ ।
ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ତାକୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଛି। ପୂର୍ବରୁ ଗତ ଅକ୍ଟୋବର ୨୮ରେ ଶିମିଳିପାଳକୁ ଆସିଥିଲା ଯମୁନା । ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଥିଲା । ଏବେ ଦ୍ବିତୀୟ ବାଘୁଣୀ କୁ ଶିମିଳିପାଳ ଅଣାଯାଇଛି ।